୫୧ତମ ସ୍ୱାୟତ୍ତ ଶାସନ ଦିବସ ପାଳିଲା ଜଟଣୀ ପୌର ପରିଷଦ

ଜଟଣୀ: ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳନ କଲା ଜଟଣୀ ପୌର ପରିଷଦ । ଏହି ଉତ୍ସବଟିକୁ ସରସ ସୁନ୍ଦର କରିବା ପାଇଁ ମିଳିତ ଭାବେ ଅଣ୍ଟା ଭିଡିଥିଲେ ପୌର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, କାଉନସିଲର ଶ୍ରୀ ଶଶାଙ୍କ ରାୟ, କାଉନସିଲର ଶ୍ରୀ ଜଟାଧାରି ପ୍ରଧାନ, ଶ୍ରୀ ବିଷ୍ଣୁ ସାହୁ ସମେତ ଅନ୍ୟ କାଉନସିଲର ମାନେ।
ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ, ଜଟଣୀ ପୌର ପରିଷଦ ସମ୍ପୁର୍ଣ୍ଣ ସହୋଯୋଗର ହାତ ବଢାଇ ଥିଲେ। ଜଟଣୀ ପୌର ପରିଷଦର କର୍ମକର୍ତ୍ତା ମାନେ ୫୧ ତମ ସ୍ୱାୟତ୍ତ ଶାସନ ଦିବସକୁ ଏକ ନିଆରା ଢଙ୍ଗରେ ଏବଂ ଉଚ୍ଚ କୋଟିର ଭାବେ ଆଗେଇ ନେଇଥିଲେ। ଯେଉଁଟା କି ଡାକ୍ତରଖାନାରେ ଫଳ ବିତରଣ, ସର୍ବ ଭାରତୀୟ ଉତ୍ସବକୁ ସନ୍ମାନ ଦେଇ ଜାତୀୟ ପତାକା ଉତ୍ତୋଳନ କରା ଯାଇଥିଲା। ଉତ୍ତମ ଦକ୍ଷତା କର୍ମଚାରୀ ଏବଂ ସଫେଇ କର୍ମଚାରୀ ମହିଳା, ପୁରୁଷ ମାନଙ୍କୁ ପିନ୍ଧା ବସ୍ତ୍ର ପ୍ରଦାନ କରିବା ଏତଦବ୍ୟତୀତ ଶାରୀରିକ ଅକ୍ଷ୍ୟମ ମାନଙ୍କୁ ଆଶାବାଡି ଓ ରିକ୍ସା ପ୍ରଦାନ କରିଥିଲେ। ଏହା ବ୍ୟତିତ କଛି ବୟସ୍କ ବ୍ୟକ୍ତି ମାନଙ୍କୁ ସମ୍ମାନିତ ସଂବର୍ଦ୍ଧନା ପ୍ରଦାନ କରିବା ଭଳି ଉତ୍ତମ କାର୍ଯ୍ୟକ୍ରମ ମାନ ବ୍ୟବସ୍ଥା କରିଥିଲେ। ସୁନ୍ଦର ପରିବେଶ ଭିତରେ ସନ୍ଧ୍ୟା ସମୟରେ ଜଟଣୀର ଟାଉନ୍ ହଲ୍ ପ୍ରାଙ୍ଗଣରେ ପ୍ରତିଯୋଗୀତାରେ ଅସଂ ଗ୍ରହଣ କରୁଥିବା ସ୍କୁଲ ପିଲା ମାନଙ୍କୁ ପ୍ରାଇଜ ପ୍ରଦାନ କରାଯାଇଥିଲା। ସର୍ବସାଧାରଣଙ୍କ ପାଇଁ ରଙ୍ଗା ରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚ କୋଟୀର ହୋଇଥିଲା।
