11 କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଇ ରାସ୍ତା କଡକୁ ଓଲଟିଲା ଗ୍ୟାସ ଟାଙ୍କି ବୋଝେଇ ଟ୍ରକ

ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାଲିଆପାଳ – ବସ୍ତା ମୁଖ୍ଯ ରାସ୍ତା ର ଜାମଶୁଳୀ କଲେଜ ଛକ ନିକଟରେ 11 କେଭି ବିଦ୍ୱୁତ ଖୁଣ୍ଟ କୁ ଧକ୍କା ଦେଇ ଓଲଟିଲା ଗ୍ୟାସ ଟାଙ୍କି ବୋଝେଇ ଟ୍ରକ , ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ଲୋକେ , ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ବାଲିଆପାଳ ପଟୁ ଗ୍ଯାସ ଟାଙ୍କି ବୋଝେଇ କରି ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ଟ୍ରକ ନମ୍ବର ( ODO1 AK 3929 ) ଜାମଶୁଳୀ କଲେଜ ଛକ ନିକଟରେ ରାସ୍ତା ପାର୍ଶ୍ବ ରେ ଥିବା ଏକ 11 କେଭି ବିଦ୍ଯୁତ ଖୁଣ୍ଟ କୁ ଧକ୍କା ଦେଇ ଭାରସାମ୍ଯ ହରାଇ ଟ୍ରକ ଟି ଧାନବିଲ କୁ ଓଲଟି ପଡିଥିଲା, ଦୁର୍ଘଟଣା ପରେ ଗାଡି ର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି, ତେବେ ଟ୍ରକ ରେ ଗ୍ୟାସ ଟାଙ୍କି ବୋଝେଇ ହୋଇ ଥିବାରୁ ଏକ ବଡ ଦୁର୍ଘଟଣା ଆଶଙ୍କା ରୁ ବର୍ତ୍ତି ଯାଇଛନ୍ତି ସ୍ଥାନୀୟ ଲୋକେ , ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ଗାଡି ଟିକୁ ବାହାର କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି, ତେବେ ଗାଡିର ଡ୍ରାଇଭର ଙ୍କ ବେପାରୂଆ ଗାଡିଚାଳନା ଯୋଗୁଂ ଏଭଳି ଦୁର୍ଘଟଣା ଘଟି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଗାଡି ର ମାଲିକ କୁ ସିଂଲା ପୋଲିସ ପଚାରା ଉଚୁରା କରୁଥିବା ସୂଚନା ମିଳିଛି