ତିହିଡି ଗ୍ରାମର ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଝୁଲଣ ଯାତ୍ରା

ଓଡ଼ିଆ ସଂସ୍କୃତି ପରମ୍ପରାର ମହାନ ପର୍ବ ଗହ୍ମl ପୂର୍ଣ୍ଣମୀ ଝୁଲଣ ଯାତ୍ରା ପ୍ରତିବର୍ଷ ପରି ଚଳିତ ବର୍ଷ ତିହିଡି ଗ୍ରାମରେ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଦୁଇଦିନ ବ୍ୟାପି ଏହି ଝୁଲଣ ଯାତ୍ରା ମହାସମାରୋହରେ ପାଳିତ ହୋଇ ଯାଇଛି। ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଝୁଲଣ ଯାତ୍ରାରେ ଯୋଗ ଦାନ କରି ପ୍ରଭୁଙ୍କ ଚରଣାଶ୍ରିତ ହୁଅନ୍ତି। ଏହା ସହ ଭଜନ କୀର୍ତ୍ତନ ଦ୍ୱାରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ସମସ୍ତେ ବିଭୂମୟ ହୋଇଯାଆନ୍ତି। ପୁରୋହିତ ଲକ୍ଷ୍ମୀଧର କର, ନିରଂଜନ କର ଠାକୁରଙ୍କ ଠାକୁରଙ୍କ ନୀତି କାନ୍ତି ସମ୍ପନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିବେକାନନ୍ଦ ନାୟକ, ଶରତ କର, ପାର୍ଥସାରଥୀ ନାୟକ, ବସନ୍ତ ବେହେରା, ବ୍ରଜ କିଶୋର ଓଝା, ଚନ୍ଦ୍ରକାନ୍ତ ହାତୀ, ରମାକାନ୍ତ ନାଥ, ରାଜେଶ ନାୟକ, ଜିତେଶ ନାୟକ, ଅଲେଖ ନାୟକ, ନୀଳମାଧବ ସେନାପତି, ତପୁନ ପାଣି, ବିଷ୍ଣୁ ଚରଣ ଦାସ, ସୁକାନ୍ତ ଓଝା, କୈଳାସ ବେହେରା, ସରୋଜ କର, ମନୋରଞ୍ଜନ ବେହେରା, ତାରାକାନ୍ତ ଯେନା, ମହେନ୍ଦ୍ର ଓଝା, କେଶବ ବେହେରା, ଏବଂ ସମସ୍ତ ଗ୍ରାମବାସୀ କାର୍ଯ୍ୟ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *