ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପୁରୀ ୨/୯ ପୁରୀ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଉଦଘାଟନ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପାରମ୍ପରିକ ଲୋକ କଳା ମାଧ୍ୟମରେ ସରକାରଙ୍କର ବିବିଧ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ରେ ଏହି ଶିବିର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହେବା ସହ ନିଜ ଲୋକକଳା ମାଧ୍ୟମରେ ଏହାକୁ ଲୋକ ମାନଙ୍କୁ ସଚେତନ କରିବା ଯାହା ଦ୍ବାରା ହିତାଧିକାରୀଙ୍କ ଉପକୃତ ସହଜ ହୋଇ ପାରିବ ବୋଲି କହିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ସାଧାରଣ ଲୋକ ମାନଙ୍କୁ ସଚେତନ କରିବାର ଏହା ଏକ ଅଭିନବ ପଦକ୍ଷେପ।ହିତାଧିକାରୀ ଯୋଜନା ସମ୍ପର୍କରେ ଅବଗତ ନ ହେବା ଯୋଗୁ ନିଜକୁ ଅସହାୟ ମଣୁଛି ଓ ଯୋଜନା ର ସୁଫଳ ପାଉନାହିଁ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ସମାଧାନ ହେବା ସହ ଅଧିକ ରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି କହିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବେ ସାହିତ୍ୟିକ ବଦ୍ରି ମିଶ୍ର ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ବିସ୍ତୃତ ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସଚେତନତା ସମ୍ପର୍କରେ ବିଭିନ୍ନ ଉଦାହରଣ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ମମତା ଯୋଜନା,ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଆମ ହସପିଟାଲ ଯୋଜନା,ମିଶନ ଶକ୍ତିର ଡିପିସି ଆରତୀ ସାହୁ ମହିଳା ମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଶିଶୁ ସୁରକ୍ଷା ଯୋଜନା ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରି ଜନ ସଚେତନତା ସୃଷ୍ଟି ପାଇଁ ଅନୁରୋଧ କରିଥିଲେ। ସୂଚନା,ଶିକ୍ଷା ଓ ଯୋଗାଯୋଗ ବା ଆଇ ଇ ସି ମାଧ୍ୟମରେ ସରକାରଙ୍କ ର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସମସ୍ତ ବ୍ଲକର ସିଡିପିଓ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଓ ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିର ପରେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବା ଲୋକକଳା ଦଳ ମାନଙ୍କୁ ପ୍ରଶିକ୍ଷିତ କରାଯିବା ସହ କଳାର ବିକାଶ କରାଯାଇ କଳାକାର ମାନଙ୍କୁ ପ୍ରୋତ୍ସାହିତ କରାଯୀବ ବୋଲି ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *