ପୁରୀ ପେଣ୍ଠକଟା ସ୍ଥିତ ପ୍ରସାଦ ଡ଼ଙ୍ଗା ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ପୁରୀ ସହରର ପେଣ୍ଠକଟା ସ୍ଥିତି କେ ପ୍ରସାଦଙ୍କ ଡ଼ଙ୍ଗା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି l ଏହି ବିସ୍ଫୋରଣରେ ଗୋଟିଏ କୁକୁର ମୃତ୍ୟୁବରଣ କରିଛି l ଖବର ପାଇ ଘଟଣା ସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ଏହି ବିସ୍ଫୋରଣ ଘଟଣା ନେଇ କେତେକ ବୋମାମାଡ ହୋଇଥିବା କହୁଥିବା ବେଳେ ଅନ୍ୟ କେତେକ ଡଙ୍ଗାରେ ବ୍ୟବହୃତ କେମିକାଲର ବିସ୍ଫୋରଣ ହୋଇଥିବା କହୁଛନ୍ତି l ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ସମୁଦ୍ରକୂଳ ଥାନା ପୁଲିସ l ସବୁଠାରୁ ବଡ କଥା ହେଲା ଉକ୍ତ ସ୍ଥାନରେ ବହୁଳ ଜନବସତି ଘରଦ୍ୱାର ରହିଥିବା ବେଳେ ସେହି ସ୍ଥାନରେ ଡ଼ଙ୍ଗା ଫ୍ୟାକ୍ଟ୍ରି ରହିଛି, ତା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଡ଼ଙ୍ଗା ପ୍ରସ୍ତୁତିରେ ବ୍ୟବହୃତ କେମିକାଲ ଦ୍ୱାରା ବେଳେ ବେଳେ ବିସ୍ଫୋରଣ ଘଟିଥାଏ l ଯଦି ଆଗକୁ ଏଭଳି ବିସ୍ଫୋରଣ ଘଟେ ତେବେ ଜନସାଧାରଣଙ୍କ ଉପରେ ବିପଦ ଆସିପାରେ ବୋଲି ଅନୁମାନ କରାଯାଉଛି l ହେଲେ ଆଜିର ଘଟଣା ନେଇ ଡ଼ଙ୍ଗା ଫ୍ୟାକ୍ଟ୍ରି ପକ୍ଷରୁ ବୋମାମାଡ ହୋଇଥିବା କୁହାଯାଉଥିବା ବେଳେ ସମୁଦ୍ରକୂଳ ଥାନା ଆଇଆଇସି ବୋମା ମାଡ କି ଅନ୍ୟ କିଛି ସେନେଇ ତଦନ୍ତ ହେଉଥିବା କହିଛନ୍ତି l କିନ୍ତୁ ସାଧାରଣରେ ଚର୍ଚ୍ଚା ହେଉଛି ଏହା ବିଜେଡ଼ି ୨ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ର ପ୍ରଭାବ । ଶୁଣିବାକୁ ମିଲୁଛି ଏହି ସ୍ଥାନଟି ଜନଗହଳି ପୂର୍ଣ୍ଣ ଏବଂ ପେଟ୍ରୋଲ ଟାଙ୍କି ଠାରୁ ମାତ୍ର ୧୦୦ ମିଟର ବ୍ୟବଧାନରେ ।

Leave a Reply

Your email address will not be published. Required fields are marked *