କଂଗ୍ରେସ ଜନ ଜାଗରଣ ଯାତ୍ରା

କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଠାରେ କଂଗ୍ରେସ ତାର ଜନ ଜାଗରଣ ଯାତ୍ରା କରିଛି l ଏହି ଯାତ୍ରାରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଆଇ,ସି,ସି ଚ୍ୟାରମ୍ୟାନ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ସମେତ ସୁର ରାଉତରାୟ, ଭାଲୁ ବାହିନୀପତି, ରମେଶ ଜେନା, ବିଜୟୀ ପଟନାୟକ, ସମେତ ବହୁ ବିଧାୟକ ଓ ପୂର୍ବତନ ବିଧାୟକ ଯୁବ କଂଗ୍ରେସ ସଭାପତି ଓଡିଶା ସମେତ ଅନ୍ୟାୟ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିବାବେଳେ ଉପଖଣ୍ଡର ବିଭିନ୍ନ ବ୍ଲକର ହଜାର ହଜାର କଂଗ୍ରେସ କର୍ମି ମହିଳା/ପୁରୁଷ ଯୋଗଦେଇଥିଲେ

ଅନୁକୂଳ ପାଗ ଶ୍ୱତେ ବହୁକର୍ମୀ ଯୋଗଦେଇ ଆଜିର କଂଗ୍ରେସ ଜନ ଜାଗରଣ ଯାତ୍ରାକୁ ସଫଳ କରିଥିବା ଦେଖିବାକୁ ମିଳିଥିଲା l ପ୍ରତେକ ଦଳିଅ ନେତୃତ୍ୱ ଓ କର୍ମି ଏକ ରାଲି କରି ସହର ପରିକ୍ରମା ପରେ ସ୍ଥାନୀୟ ସଭାଗୃହ ପରିସରରେ ସଭା ସ୍ଥଳକୁ ପହଁଚି କଂଗ୍ରେସ ଦଳ ଆଗାମୀ ଦିନରେ ଆସିଲେ କଣ ସୁବିଧା ସବୁ ଜନସାଧାରଣଙ୍କ ପାଇଁ କରିବେ ତାହାରି ଉପରେ ଆଲୋକପାତ କରିବାସହ ରାଜ୍ୟରେ ଚାଲିଥିବା ବିଜେଡି ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବିଫଳତା ଉପରେ କହି ଓଡିଶା ରାଜ୍ୟର 5ଟି ସରକାର ସଚିବ ଓ ଯୋଜନା ଖାଲି ଗୋଟେ ଭୋଟ ହାତେଇବା ଓ ଭୁଆଁ ବୁଲେଇ ମଦ/ମାଂସ ଓ ଟଙ୍କାଦେଇ ସ୍ୱଷଣ କରିବାକୁ ନିନ୍ଦା କରି ଭାଷଣ ଦେଇ କଂଗ୍ରେସ ଆଗାମୀ ନିର୍ବାଚନରେ 90ସିଟ ଆଣି ପୂର୍ଣ୍ଣ ସଂଖ୍ୟାରେ ସରକାର କରିବାର ଧମ୍ଭାକ୍ତି କରି କହିଥିଲେ l ଏହି ପରିପ୍ରେକ୍ଷୀରେ ବିଜେପି ଓ ବିଜେଡି ଦଳରୁ ଆସି କଂଗ୍ରେସ ଦଳରେ ସାମିଲ ହେବା ସହ ସୁନାପାଙ୍ଗା ମହାବୀର ଜିମ ର ମାଲିକ ଶ୍ରୀ ସୁରେଶ କୁମାର ପତି, ଲବ ପତି,କୁସ ପତି, ରମେଶ ଜେନାକ ଙ୍କ ନେତୃତ୍ୱ ରେ ଶତାଧିକ ଯୁବକ ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l 2024 ଇଲେକ୍ସନ ପାଇଁ ଏକ ନୂଆ ରଣନୀତି ରେ ଲଢ଼େଇ କରିବା ନେଇ ଜୋର ଧରିଛି l

Bhabani Shankar jena reporter

Leave a Reply

Your email address will not be published. Required fields are marked *