ଚାରିଛକ ରେ ଖୋଲିଲା ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର

ନିମାପଡ଼ା – ଅସ୍ୱୋଭାବିକ ଜଳବାୟୁ ପରିବର୍ତ୍ତନ ,ବିଷାକ୍ତ ପରିବେଶ ,ଅସ୍ୱାସ୍ଥ୍ୟକର ଖାଦ୍ୟ , ଅ ପ୍ରାକୃତିକ ଜୀବନଚର୍ଯ୍ୟା ଓ ଚାପଗ୍ରସ୍ତ ଜୀବନ ଶୈଳୀ ପାଇଁ ଆଜି ପ୍ରତ୍ୟେକ ପରିବାର ରେ ଅସୁସ୍ଥ ଶରୀର ଓ ବିଭିନ୍ନ ପ୍ରକାର ରୋଗ ରେ କେହି ନା କେହି ପୀଡ଼ିତ।ଚିକିତ୍ସାଳୟ ରେ ନାହିଁ ନ ଥିବା ଭିଡ । ସାମାନ୍ୟ ରୋଗ ଟେ ପାଇଁ ବି ଡାକ୍ତର ଙ୍କ ଲମ୍ବା ଚିଠା ।ମେଡ଼ିସିନ୍ ଦୋକାନ ବି ଛତୁ ଫୁଟିଲା ଭଳି ଖୋଲିଗଲାଣି।ପ୍ରତ୍ୟେକ ମେଡ଼ିସିନ୍ ର ମୂଲ୍ୟ ବି ଆମ୍ଭ ମାନଙ୍କୁ ଅଛପା ନାହିଁ ।ସାଧାରଣ ଗରିବ ଲୋକଟେ ମେଡ଼ିସିନ୍ କିଣିଲା ବେଳେ 5 ଦିନ ଜାଗାରେ ଦୁଇ ଦିନ ର ମେଡ଼ିସିନ୍ ନେଇ ଘରକୁ ଯିବାକୁ ତା ପକେଟ୍ ତାକୁ ବାଧ୍ୟ କରୁଛି ।କିନ୍ତୁ ଚାରିଛକ ତଥା ଆଖପାଖ ଅଞ୍ଚଳ ପାଇଁ ଖୁସି ଖବର ।କଟକ ଭୁବନେଶ୍ବର ପରି ଏବେ ଚାରିଛକ କଟକ ରୋଡ ବିଏସେ ଏନ ଏଲ କର୍ଯ୍ୟାଳୟ ସମ୍ମୁଖ ରେ ନୂତନ ଭାବେ ଖୋଲିଛି ପ୍ରଧାନମନ୍ତ୍ରୀ ଜନଓସୌଧି ଔଷଧ ଦୋକାନ।ଯେଉଁଠି ସମସ୍ତ ଙ୍କୁ ମିଳିବ ପଚାଶ ପ୍ରତିଶତ ରୁ 90 ପ୍ରତିଶତ ପର୍ଯ୍ୟନ୍ତ ରିହାତି ।ଶ୍ରୀଯୁକ୍ତ ଲେଙ୍କା ଙ୍କ ମାଲିକାନାରେ ଜନଔଷଧି କେନ୍ଦ୍ର ଟି ଖୋଲାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ର ସମାଜସେବୀ ତଥା କୃଶକନେତା ଶ୍ରୀଯୁକ୍ତ ସନାତନ ପାତ୍ର ଆନୁଷ୍ଠାନିକ ଭାବେ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ।ଚାରିଛକ ପରି ଏକ ଜନବହୁଳ ସ୍ଥାନରେ ଜନ ଔଷଧି କେନ୍ଦ୍ର ଟି ଖୋଲାଯାଇ ଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।
ନିମାପଡ଼ା ରୁ ଶିଶିର କୁମାର ସ୍ୱାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *