ଡକାୟତି ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ

ପୁରୀ ସେଣ୍ଟ୍ରାଲ ସ୍କୁଲ୍ ପଛ ପାର୍ଶ୍ବରେ ଡକାୟତି ଯୋଜନା କରୁଥିବା ବେଳେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ତାଳବଣିଆ ଥାନା ପୋଲିସ। ତେବେ ଏହି ଚଢ଼ାଉ ସମୟରେ ଦୁଇଜଣ ଦୁର୍ବୁତ୍ତ ପୋଲିସ ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିବା ବେଳେ ଅନ୍ୟ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୫ ଅଭିଯୁକ୍ତ ହେଉଛନ୍ତି ମଙ୍ଗଳାଘାଟ ଜଗନ୍ନାଥ ବସ୍ତିର ବିଦେଶୀ ବେହେରା, ଦୋଳମଣ୍ଡପ ସାହି ନାରାୟଣୀ ଲେନ୍ ର‌ ରାଜକିଶୋର ନାୟକ, ଅଜିତ ନାୟକ, କଣ୍ଠପୁରର ସୁଶାନ୍ତ କୁମାର ବିଶ୍ବାଳ ଓ ରେବତୀରମଣର କାହ୍ନା ଭୋଇ। ପୋଲିସ ଏହି ଅଭିଯୁକ୍ତଙ୍କ ଠାରୁ ଦୁଇଟି ଖଣ୍ଡା, ଲୁହା ରଡ଼, ଦୁଇଟି ବୋମା ସହ ବୋମା ତିଆରି ସାମଗ୍ରୀ ଜବତ୍ କରିଛି। ତେବେ ଏହି ଅଭିଯୁକ୍ତମାନେ ସେଣ୍ଟ୍ରାଲ ସ୍କୁଲ୍ ପଛ ପାର୍ଶ୍ବରେ ଏକତ୍ରିତ ହୋଇ ଗାଡ଼ି ଚାଳକ ଏବଂ ପର୍ଯ୍ୟଟକଙ୍କ ଠାରୁ ଡକାୟତି ଯୋଜନା କରୁଥିଲେ ବୋଲି ତାଳବଣିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *