ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦଳ ପକ୍ଷରୁ ଅଣ ଦେଖା

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲାକ ଦଣ୍ଡ ପଦର ପ୍ରଫୁଲ ନାୟକ ଜାତୀୟ କଂଗ୍ରେସ ଦଳର ମୁଖ୍ୟ ଭୂମିକା ତୁଲାଉ ଥିବା ବେଳେ କଂଗ୍ରେସ ପକ୍ଷରୁ ଅଣ ଦେଖା କରା ଯାଇଥିବା ଦେଖି ବାକୁ ମିଳିଛି l ବାଲିଗୁଡା ଗ୍ରାମ ପଞ୍ଚାୟତ ରେ ତାଙ୍କ ସହଧର୍ମିଣୀ ଶୈଳବାଳା ନାୟକ ବାଲିଗୁଡା 16 ନୁମ୍ବର ଜୋନରେ ଜିଲ୍ଲା ପରିଷଦ ଭାବେ କାର୍ଯ୍ୟ ରତ ଥିଲେ l ସେହି ଭଳି ନେତାଙ୍କୁ ଜନଜାଗରଣ ସଭା ମଞ୍ଚ ରେ ଦେଖିବାକୁ ମିଳି ନ ଥିଲା । ତେଣୁ ସନ୍ଧେହ ସୃଷ୍ଟି ହେଉଛି ଯେ ପ୍ରଫୁଲ ନାୟକଙ୍କ ପୁଅ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଥିବା ଖବର ପାଇ କଂଗ୍ରେସ ଦଳ ପକ୍ଷରୁ ବାପା ପ୍ରଫୁଲ ନାୟକ ଙ୍କୁ ଅଣ ଦେଖା କରାଯାଇଛି l ଏହା ବାଲିଗୁଡା ଜନ ସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି l ଲୋକଙ୍କ କହିବା ଅନୁସାରେ ଦିନେ ପ୍ରଫୁଲ ନାୟକ ବାଲିଗୁଡାର 13ଗୋଟି ୱାର୍ଡ ରେ ସାଇକେଲ ଧରି ଘରେ ଘରେ ଲୋକଙ୍କର ଦୁଃଖ ସୁଖ ବୁଝୁଥିଲେ ଏବଂ କଂଗ୍ରେସ ଦଳକୁ ଦୃଡ଼ କରିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରୁଥିଲେ l ପୁଅ ବିଜୁ ଜନତା ଦଳରେ କାର୍ଯ୍ୟ କରୁ ଥିବାରୁ କଂଗ୍ରେସ ଦଳ ର ବ୍ଲକ ସଭାପତି ଏବଂ ଜିଲ୍ଲା ସଭାପତି ତଥା ଦଳ କର୍ମକର୍ତ୍ତା ଏହି ତୁଙ୍ଗ ନେତାଙ୍କୁ ତଳେ ବସେଇ ଥିବା କ୍ୟାମରାରେ କୈଦ ହୋଇଚି l ଯେତେ ବେଳେ ବୟସ ଥିଲା ସେତେବେଳେ ପ୍ରଫୁଲ ନାୟକ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଙ୍କ ସହ ମିଶି ମଞ୍ଚରେ ବସୁ ଥିଲେ l ଆଉ ଆଜିକା ଦିନରେ ବୟସାଧିକ ହୋଇଯିବାରୁ ମଞ୍ଚକୁ ନେଉ ନ ଥିବା ଦେଖିବାକୁ ମିଳିଛି l