ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ବଳିଆପଣ୍ଡା ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦାବିକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଧରି ବାପ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ କରାଯାଇଛି l ବାପ ଝିଅଙ୍କୁ ପୁଲିସ ଦ୍ୱାରା ଉଦ୍ଧାର କରାଯାଇ ଏସପିଙ୍କ ନିକଟକୁ ପଠାଯାଇଛି l ଯାହା ଜଣାପଡିଛି ଯେ ବଳିଆପଣ୍ଡା ଥାନା ଅଞ୍ଚଳରେ ଏହି ବାପ ଝିଅ ରହୁଥିବା ବେଳେ ଘର ମାଲିକ ସବୁବେଳ ହଇରାଣ କରୁଥିବା ନେଇ ସେ ବଳିଆ ପଣ୍ଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରା ଯାଉ ନଥିବା ବାପ ଝିଅ ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଧରି ଦେହରେ ନିଆଁ ଲଗାଇବା ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସୁମୁଦ୍ରାକୁଳ ଥାନା ଆଇଆଇସି ମାନସ ରଞ୍ଜନ ଚକ୍ର କାବୁ କରିଥିଲେ l