ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ

ଆଜି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିବସଟିକୁ ଗୁରୁଦିବସ ରୂପେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ନନ୍ଦପୁରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି, ଆଜିର ଏହି ପବିତ୍ର ଦିନଟିରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନେ ଡକ୍ଟର ସର୍ବପଲି ରାଧାକ୍ରିଷ୍ଣଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗୁରୁଜୀଗୁରୁମାନଙ୍କୁ ଭକ୍ତିପୂତ ସହିତ ପୂଜାର୍ଚ୍ଚନା କରି କୁନି କୁନି ପ୍ରତିଭାଙ୍କ ଦ୍ୱାରା ଆଜିକାର ଏହି ପବିତ୍ର ଦିବସ ଗୁରୁ ଓ ଶିଷ୍ୟମାନଙ୍କର ସମ୍ପର୍କ କେତେଯେ ନିବିଡ଼ ଆଜିକାର ଏହି ବୈଠକରେ ଆଲୋକପାତ ହୋଇଥିଲା, ଆମ ଶିକ୍ଷାକେନ୍ଦ୍ରରେ ଆଜିକାର ଏହି ମୁଖ୍ୟ ବୈଠକରେ ଶିକ୍ଷାକେନ୍ଦ୍ରରେ ପ୍ରତିଷ୍ଠାତା ଜୟଚନ୍ଦ୍ର ପତି ଓ ସସ୍ମିତା ପତି ପୌରାହିତ କରିଥିଲେ, ଆଜିର ଏହି ବୈଠକରେ ସଭାପତିତ୍ୱ କରିଥିଲେ ଶିକ୍ଷାକେନ୍ଦ୍ରର ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ, ପ୍ରଧାନ ଗୁରୁମା ନୟନା ସାହୁ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ,ଶିକ୍ଷକ ରଞ୍ଜନ ଶୁକ୍ଳ ବହୁ ମୂଲ୍ୟବାନ ପରାମର୍ଶ ଛାତ୍ରଛାତ୍ରୀମାନଙ୍କୁ ଦେଇ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ,ଶିକ୍ଷାକେନ୍ଦ୍ରର ଗୁରୁମା ସରସ୍ବତୀ ମହାକୁଡ଼, ଗୁରୁମା ସୁମିତ୍ରା ଚାନ୍ଦ ପ୍ରମୁଖ ଆଜିର ଏହି ପବିତ୍ର ଦିନଟିରେ ଗୁରୁ ମାନଙ୍କର ଏଇ ସମାଜ ପାଇଁ କେତେ ଅବଦାନ ଏବଂ ଗୁରୁଶିଷ୍ୟର ସମ୍ପର୍କ କେତେଯେ ନିବିଡ ତାହା ଆଜିକାର ମୁଖ୍ୟ ବିଷୟବସ୍ତୁ ଥିଲା, ସର୍ବଶେଷରେ ଶିକ୍ଷକ ରଞ୍ଜନ ଶୁକ୍ଳଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁଜୀ ଗୁରୁମାମାନଙ୍କୁ ପେନ ଖାତା ଆଦି ପ୍ରଦାନ କରିବା ସହ ଆଜିକାର ସଭାକୁ ସଙ୍ଗ କରାଯାଇଥିଲା।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ
