ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ

ଡେଲାଙ୍ଗ: ଆଜି ପବିତ୍ର ଗୁରୁଦିବସ ଓ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମହାନ୍ ଛାତ୍ର ବତ୍ସଲ୍ୟ ଶିକ୍ଷକ ରାଧାକ୍ରିଷ୍ଣନ୍ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ସାରିବା ପରେ ଛାତ୍ର ଛାତ୍ରୀ ଗଣ ଗୁରୁ ପୂଜନ କାର୍ଯ୍ୟ କରିଥିଲେ । ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଗୁରୁଦିବସ ର ମହତ୍ତ୍ୱ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହା ସହିତ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ ରେ ସଫେଇ କରିବା ସହିତ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ ! ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ଓ କନିଷ୍ଠ ଦୁଇ ଭାଗରେ ବିଭକ୍ତ କରାଯାଇ ନୃତ୍ୟ, ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା !ଏହି ସାଂକୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତୀମାନଙ୍କ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା ! ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ସହକାରୀ ଶିକ୍ଷକ ମହେଶ୍ୱର ପ୍ରଧାନ, ଗଦାଧର ପାଣି,ଗାୟତ୍ରୀ ସାହୁ, ଖେଳ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ରାଉତରାୟ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ଅଧକ୍ଷ ଗଣେଶ ମହାରଣା, ଉପାଧ୍ୟାକ୍ଷା ରାଜଲକ୍ଷ୍ମୀ ବଡ଼ଜେନା, ସଦସ୍ୟ ବେଣୁଧର ମଙ୍ଗରାଜ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଗୁରୁ ଭକ୍ତି ର ତାପର୍ଯ୍ୟ ଉପରେ ଆଲୋକପାତ କରିଥିଲେ !

Leave a Reply

Your email address will not be published. Required fields are marked *