ଷ୍ଟାଲିନଙ୍କ କୁଶପୁତ୍ତଳିକା ଦାହ

ତାମିଲନାଡୁର କ୍ରୀଡାମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେବାକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି ।ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ ନେଇ କଡ଼ା ବିରୋଧ କରଯାଇଛି।ଉଦୟ ନିଧି ଷ୍ଟାଲିନ ତାଙ୍କ ଭାଷଣରେ କହିଥିଲେ ଯେ ସନାତନି ହିନ୍ଦୁମାନେ କରୋନା,ଡେଙ୍ଗୁ ଓ କ୍ଯାନସର ଭଳି ମାରାତ୍ମକ ବ୍ଯାଧି। ଏମାନଙ୍କୁ ବିରୋଧ ନକରି ସମୁଳେ ନିପାତ କରିବା ଆବଶ୍ୟକ ବୋଲି ନିଜ ଭାଷଣରେ କହିଥିଲେ। ଯାହା ଜାତି ଓ ଧର୍ମକୁ ଆଘାତ ଲାଗିବା ସହ କୋଟି କୋଟି ସନାତନ ହିନ୍ଦୁ ମାନଙ୍କୁ ଗଭୀର ଆଘାତ ଲାଗିଛି। ଏଭଳି ମନ୍ତବ୍ୟକୁ କଡା ବିରୋଧ କରିଛି ପୁରୀର ଶ୍ରୀଜଗନ୍ନାଥ ସେନା। ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏହାର କଡା ପ୍ରତିବାଦ ସ୍ୱରୂପ ବିକ୍ଷୋଭ କରିବା ସହ ଷ୍ଟାଲିନଙ୍କ ଫଟୋରେ କାଳି ବୋଳାଯାଇଥିଲା। ଏଥିସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲା ଜଗନ୍ନାଥ ସେନା। ସେପଟେ ଏଭଳି ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ସିଂହଦ୍ଵାର ଥାନାରେ ଏତଲା ଦେବା ସହ ଗିରଫ କରିବାକୁ ଦାବି କରିଛି ଜଗନ୍ନାଥ୍ ସେନା।
ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ଯଦି ଭାରତ ରେ କୌଣସି ଜାତି, ଧର୍ମ ବିରୋଧ ରେ ମତ ଦେବା ସମ୍ବିଧାନ ରେ ନୀୟମ ନାହିଁ। ଭାରତ ରେ ସବୁ ଧର୍ମ, ଜାତି ର ଲୋକେ ବାସ କରୁଛନ୍ତି। ଭାରତ ରେ ଏକ ନିଆରା ଭାଇଚାରା ରହିଚି। ଜାଣେ ମୁଖ୍ୟମନ୍ତ୍ରୀ ଙ୍କ ପୁଅ ଏହି ଭାଇଚାରା ନଷ୍ଟ କରିବା ଅତି ଦୁଃଖ ର ବିଷୟ। ତୁରନ୍ତ ଦେଶ ଦ୍ରୋହି ଉଦୟନିଧି ଙ୍କୁ ଗିରଫ କରାଯାଉ ବିଲି ଜଗନ୍ନାଥ ସେନା ଦାବୀ କରିଚି। ନ ହେଲେ ଆଗାମୀ ଦିନ ରେ ବ୍ୟାପକ ଆନ୍ଦୋଳନ ହେବ। ଏପରିକି ଏହି ପ୍ରସଙ୍ଗ କୁ ଆଇନ ଅଦାଲତ ରେ ଲଢ଼ାଜିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ସେପଟେ ଏହି ପ୍ରତିବାଦ ରେ ସାମିଲ ଥିବା ପୁରୀ କୁମ୍ଭାରପଡ଼ା ର ବାସିନ୍ଦା ଅଲ୍ଲୀ ବାବୁ କହିଚନ୍ତି ଷ୍ଟାଲିନ ଙ୍କ ମତ ଅତି ଦୁଃଖ ଦାୟକ। ଭାରତ ହେଉଚି ଭାଇଚାରା ର ଦେଶ। ଏଥି ଏଭଳୀ ମତ ଦେବା ଦେଶ ବିରୋଧି କାର୍ଯ୍ୟ। ଏହାକୁ ଆମେ କଡ଼ା ବିରୋଧ କରୁଛୁ। ଉଦୟନିଧି ଙ୍କୁ ଗିରଫ ପାଇଁ ସିଂହ ଦ୍ବାରା ଥାନା ରେ ଏତଲା ଦେଇଛୁ। ତୁରନ୍ତ ତାଙ୍କୁ ଗିରଫ କରାନଗଲେ ବ୍ୟାପକ ଆନ୍ଦୋଳନ ହେବ।

Leave a Reply

Your email address will not be published. Required fields are marked *