ଅତିଷ୍ଟ ହେଲେଣି ବିଦ୍ୟୁତ ଉପଭୋକ୍ତା

କାକଟପୁର ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ, ଅଘୋଷିତ ବିଦ୍ୟୁତ କାଟ,ମାତ୍ରାଧିକ ବିଦ୍ୟୁତ ବିଲ ଆଦାୟ, ଲୋ ଭୋଲ୍ଟେଜ, ୩୩ କେଭି ଲାଇନର ନବୀକରଣ ତଥା ବାଙ୍ଗୁରୀଗାଁ ରୁ କାକଟପୁରକୁ ୩୩ କେଭି ଲାଇନ ସଂଯୋଗୀକରଣ ଆଦି ବିଭିନ୍ନ ସମସ୍ୟାକୁ ନେଇ ମା ମଙ୍ଗଳା ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ସଭାପତି ଆଦିତ୍ୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସଂଘ ପକ୍ଷରୁ ଉପରୋକ୍ତ ଦାବୀ ଗୁଡିକକୁ ନେଇ ଗତ ଜୁନ ୧୨ ତାରିଖରେ ଏକ ଦାବିପତ୍ର କାକଟପୁର ଉପଖଣ୍ଡ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକ, ପ୍ରଶାସନ ଆଦିଙ୍କୁ ଦିଆଯାଇଥିଲେ ମଧ୍ୟ ଆଦ୍ୟାବିଧି କୌଣସି ସମାଧାନ ହୋଇପାରିନାହିଁ l ଏହି ପ୍ରରିପେକ୍ଷୀରେ ଆସନ୍ତା ୧୩ ତାରିଖ ଦିନ ସଂଘ ପକ୍ଷରୁ କାକଟପୁର ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଗଣତାନ୍ତ୍ରିକ ପଦ୍ଧତିରେ ଜନଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି l ତେଣୁ ଉକ୍ତ ଆନ୍ଦୋଳନ ରେ କାକଟପୁର ଅସ୍ତରଙ୍ଗର ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନେ ଯୋଗଦେଇ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପାଇବାକୁ ସଂଘ ନିବେଦନ କରିଛି l ଅପର ପକ୍ଷରେ ବିଦ୍ୟୁତ କାଟ କୁ ନେଇ କୌଣସି ସନ୍ତୋଷଜନକ ସୂଚନା ବିଭାଗୀୟ ଅଧିକାରୀ ମାନେ ଉପଭୋକ୍ତା ମାନଙ୍କୁ ବା ସଂଘକୁ ପ୍ରଦାନ କରୁନଥିବାରୁ ଉପସ୍ଥିତ ଉପଭୋକ୍ତାମାନେ ଅଭିଯୋଗ କରିଥିଲେ l
