ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ମଙ୍ଗଳବାର ଦିନ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ଓ ରାୟଗଡ଼ା ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ ଯୋଗଦେଇଥିଲେ । ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଳକ ଓ ପୌରାଞ୍ଚଳରୁ ମୋଟ ଚାଳିଶି ଜଣ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ରଇତ ଭବିଷ୍ୟତ ଓ ଚରିତ୍ର ଗଠନରେ ଗୁରୁଙ୍କ ଭୂମିକା ଅବିସ୍ମରଣୀୟ। ଶିକ୍ଷା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଥିବାରୁ ସମାଜରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବରିହା ନିଜ ବକ୍ତବ୍ୟରେ ଜିଲ୍ଲାର ଶିକ୍ଷକ ଶୃଙ୍ଖଳ ଏବଂ ବିଭିନ୍ନ ପରିସ୍ଥିତିରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଅବସର ନେଇଥିବାରୁ ସମ୍ମାନର ଯୋଗ୍ୟ ଅଟନ୍ତି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସଙ୍ଘର ଏତାଦୃଶ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧକାରୀ ଶ୍ରୀ ମାଝୀ ଶିକ୍ଷାନୀତି ରେ ପରିବର୍ତ୍ତନ ହେଉଛି । ଏଣୁ ଜିଲ୍ଲାର ସାକ୍ଷରତା ହାର ବୃଦ୍ଧି ଦିଗରେ ସଭିଏଁ ମିଳିତ ପ୍ରୟାସ କରି ଜିଲ୍ଲାର ଗୌରବ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ପ୍ରବର୍ତ୍ତାଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ନିଳାଞ୍ଚଳ ମିଶ୍ର ଏହାର ସଂଯୋଜନା କରିଥିଲେ ଓ ସସ୍ମିତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲା ସଭାପତି ଅଜିତ କୁମାର ଚୌଧୁରୀ, ରାଜ୍ୟ ଉପସଭାପତି ନରେଶ ସିଂ, ଆଞ୍ଚଳିକ ସମ୍ପାଦକ ଦୀପକ ରାଉତ ସମେତ ଅତିଥି ବୃନ୍ଦଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଜିଲ୍ଲା ସଂଘ କର୍ମକର୍ତ୍ତା ନୀଳାଚଳ ପଣ୍ଡା, ବି ସୁଜାତା, ଅଞ୍ଜଳି ଶତପଥୀ, ମହେନ୍ଦ୍ର ବାଗ, ସାନନ୍ଦ ବେନିଆ, ବ୍ଲକ ସଭାପତି ସଦାନନ୍ଦ ବେନିଆ, ସମ୍ପାଦକ ଦୁର୍ଗା ସନ୍ୟାସୀ ବେହେରା, ମହେନ୍ଦ୍ର ବିଭୋର, ପୁରନ୍ଦର ପାଣି, ସୁଧାକର ଚୌଧୁରୀ ଆଦି ସଂଘ କର୍ମକର୍ତ୍ତା ସହଯୋଗ କରିଥିଲେ । ଜିଲ୍ଲାପାଳ ସ୍ୱାଧାଦେବ ସିଂ ଗୁରୁ ଦିବସ ଅବସରରେ ସମସ୍ତ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଛା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *