ଆମ୍ ଆଦମୀ ପାର୍ଟି ର ଜରୁରୀ ବୈଠକ

ଆସିକା:-୦୬/୦୯/୨୦୨୩ କଳିଙ୍ଗ ରୋଡ଼ ସ୍ଥିତ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସିକା ବିଧାନସଭା, ଲୋକ ସଭା ନିର୍ବାଚନ ମଣ୍ଡଳୀ ରେ ନୂତନ ସଭ୍ୟ ସଂଗ୍ରହ ଅଭିଯାନ କୁ ଅନଲାଇନ୍ ମାଧ୍ୟମରେ କିଭଳି ଧୃତ ଗତିରେ ବୃଦ୍ଧି କରିବା ନିମନ୍ତେ ଉକ୍ତ ବୈଠକର ମୂଳ ଉଦ୍ଦେଶ୍ୟ। ଉକ୍ତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଆବାହକ ଶ୍ରୀ ସୁବାସ ରାଉତ ଓ ଶ୍ରୀ ଧିରେନ୍ଦ୍ର ସାବତ ଯୋଗଦେଇଥିଲେ। ଉକ୍ତ ବୈଠକରେ ବହୁ ସଦସ୍ୟ କୁ ବିଚାର ବିମର୍ଶ ହୋଇଥିଲା କି କିଭଳି ଭାବେ ଖୁବ୍ କମ୍ ସମୟ ମଧ୍ୟରେ ବହୁ ସଂଖ୍ୟକ ସଭ୍ୟ ଅନଲାଇନ୍ ମାଧ୍ୟମରେ ଯୋଡ଼ିବା ଏବଂ ଶ୍ରୀ ଅରବିନ୍ଦ କେଜରିୱାଲ ସରକାର ଙ୍କ ଦିଲ୍ଲୀ ଓ ପଞ୍ଜାବ ରେ ମିଳୁଥିବା ସମସ୍ତ ସୁବିଧା ଜନହିତକର କାର୍ଯ୍ୟ ଓଡ଼ିଶାର ଜନତା କୁ ଜଣାଇବା। ଉପସ୍ଥିତ ସମସ୍ତ ସଦସ୍ୟ ବୃନ୍ଦ ମତ ରଖିଥିଲେ ସମସ୍ତେ ମିଳିମିଶି ଆମ୍ ସଂଗଠନ କୁ ସୁଦୃଢ କରିବାକୁ। ଉକ୍ତ ବୈଠକରେ ଯୋଗ ଦେଇଥିଲେ -ଶ୍ରୀ ସୁବାସ ରାଉତ, ଶ୍ରୀ ଧିରେନ୍ଦ୍ର ସାବତ, ରଞ୍ଜନ କୁମାର ରାଉତ, ବୃନ୍ଦାବନ ପ୍ରଧାନ, ସନ୍ୟାସୀ ନାହାକ, ଅଶ୍ଵିନୀ କୁମାର ସାମଲ, ରୋହିତ ବିଷୋୟୀ, ରବୀନ୍ଦ୍ର ପ୍ରଧାନ, ଡାକ୍ତର ରାଉତ,ବୁଲୁ ନନ୍ଦ,ସୁସାନ୍ତ ପଟ୍ଟନାୟକ, ଚିରଞ୍ଜିବୀ ସାହୁ,ବିଜୟ କେତନ ପାଢ଼ୀ, ଧନଞ୍ଜୟ ମହାପାତ୍ର, ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆସିକା ବିଧାନସଭା ଆବାହକ ଶ୍ରୀ ରଞ୍ଜନ କୁମାର ରାଉତ ଉକ୍ତ ବୈଠକକୁ ସଂଚାଳନ କରିଥିଲେ।
ରିପୋର୍ଟ : ରଞ୍ଜନ କୁମାର ରାଉତ
