କଲ୍ୟାଣ ମଣ୍ଡପ ଠାରେ ନନ୍ଦ ମହୋତ୍ସବ ବେଶ୍ ଧୁମଧାମରେ ପାଳିତ

ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ବ୍ରହ୍ମପୁର ମହାନଗର ତାଲୁକା ପକ୍ଷରୁ ଗୋଷାଣୀନୂଆଗାଁ ସ୍ଥିତ ଉତ୍ତରେଶ୍ବର କଲ୍ୟାଣ ମଣ୍ଡପ ଠାରେ ନନ୍ଦ ମହୋତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ମୁଖ୍ୟ ବକ୍ତା ଭାବେ ବିଧାୟକ ଓ ଯୋଜନବିର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ । ଅତିଥି ମାନଙ୍କ ଉପସ୍ଥିତିରେ କୃଷ୍ଣ ଓ ବଳରାମ ପ୍ରଥମେ ଦହି ହାଣ୍ଡି ଓ ପରେ ଫଗୁ ହାଣ୍ଡି ଭାଙ୍ଗିଥିଲେ ‌। ଏହାପରେ କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଶେଷ ହେବା ପରେ ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ବ୍ରହ୍ମପୁର ମହାନଗର ରହିଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଷୋହଳ ଖଣ୍ଡ ଗୋପାଳ ସମାଜର ୨୬ଟି ତାଲୁକା ରହିଥିବା ବେଳେ ବ୍ରହ୍ମପୁର ମହାନଗର ତାଲୁକ ହେଉଛି ଅନ୍ୟତମ । ମହାନଗର ତାଲୁକାରେ ୨୫୦୦ ପରିବାର ଅଛନ୍ତି ।

ତେଣୁ ବ୍ରହ୍ମପୁର ମହାନଗର ତାଲୁକା ପାଇଁ ଏକ କୋଠ ଘର କରାଯାଉ ବୋଲି ତାଲୁକାର ବରିଷ୍ଠ ସଦସ୍ୟ ମାନେ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ମହାନଗର ତାଲୁକାର ବହୁ ସଦସ୍ୟ ମାନେ ଯୋଗ ଦେଇ ନନ୍ଦ ମହୋତ୍ସବର ମଜା ଉଠାଇଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି ଦ୍ଵାରା ପ୍ରଦୀପ ପ୍ରଯ୍ୟଳନ ବିଭୁ ବନ୍ଦନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ସମିର କୁମାର ମିଶ୍ର ,ମଳୟ ବିଷୋୟୀ , ବନ ସେଠୀ,ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସମାଜ କୁ କିଛି ଉଦବୋଧନ ଦେଇଥିଲେ।କବିରାଜ ଗୌଡ଼ ଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା। ଜିଲ୍ଲା ସଭାପତି ନନ୍ଦ କିଶୋର ମହାକୁଡ଼,ଜିଲ୍ଲା ସମ୍ପାଦକ ନାରାୟଣ ମହାଙ୍କୁଡ , କର୍ଣାଲ ରାମ ଚନ୍ଦ୍ର ଗୌଡ଼, ଉଲ୍ଲାସ ଗୌଡ଼,ଧୁବା ଗୌଡ଼,ସାରଥୀ ପ୍ରସାଦ ଗୌଡ଼,ଅରୁଣ କୁମାର ଗୌଡ଼,ବିଜୟ କୁମାର ଗୌଡ଼ ,ନରସିଂହ ଗୌଡ଼,ରମେଶ ଗୌଡ଼, ଡମ୍ବୁରୁ ଗୌଡ଼,ନିରାକାର ଗୌଡ଼, ଓ ମହାନଗର ତାଳୁକା ର ସଭାପତି ଧୁବା ଗୌଡ଼,ଉପସଭାପତି ଦେବରାଜ ଗୌଡ଼, ରମେଶ ଗୌଡ଼, ଗୌରୀ ଗୌଡ଼,ଗୋବିନ୍ଦ ଗୌଡ଼,ମହେଶ୍ୱର ଗୌଡ଼, ବିନୋଦ ଗୌଡ଼,ବୃନ୍ଦାବନ ଗୌଡ଼ ଯୋଗଦେଇ ସମାଜରେ କିପରି ଯୁଗ ଉପଯୋଗୀ ,ସରକାର ଙ୍କ ବିଭିନ୍ନ ଯୋଜନା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ୟବ ଦେଇଥିଲେ, ଗୋପାଳ ସମାଜ ରେ ଶିକ୍ଷା,ସ୍ୱାସ୍ଥ୍ୟ,ଜୀବିକା କିପରି ଅଭିବୃଦ୍ଧି ହେବ ଏହା ନିଜ ନିଜ ମନ୍ତ୍ୟବ୍ୟରେ କହିଥିଲେ।ଏହି କାର୍ଯ୍ୟ କ୍ରମରେ ମେଧାବୀ ଛାତ୍ର ଛାତ୍ରୀ ,ଓ ବିଭିନ୍ନ ଦିଗରେ କୃତିତ୍ୱ ଆଣିଥିବା ସମାଜର ପ୍ରତିଭା ଧାରିଙ୍କୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ର 26 ଗୋଟି ତାଳୁକା ର କର୍ମକର୍ତ୍ତା ର ମୁଖ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।ଏଥିରେ ବିଭିନ୍ନ ତାଳୁକା ର ମୁଖ୍ୟ କର୍ମ କର୍ତା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *