ବ୍ରିଜ ରୁ ଖସି ନଦୀ ରେ ଭାସିଗଲେ ଯୁବକ

ବ୍ରିଜ ରୁ ଖସି ନଦୀ ରେ ଭାସିଗଲେ ଯୁବକ l କନ୍ଧମାଳ ଜିଲ୍ଲାଘଟଣା ଘଟିଛି ବାଲିଗୁଡା ବ୍ଲକ ସୀମାନ୍ତ ଲଣ୍ଡାଗାଁ ଅଂଚଳ ରେ l ନିଖୋଜ ଯୁବକ ହେଲେ ଲଣ୍ଡାଗାଁ ପଂଚାୟତ ର କର୍ଣ୍ଣିବେଡା ଗାଁ ର ଚୈତନ୍ୟ ନାୟକ l ସୂଚନା ଅନୁଯାଇ ଚୈତନ୍ୟ ଆଜି ସକାଳ 8 ଟା ରେ ମୁଠାବାଲି ବ୍ରିଜ ରେ ବସିଥିଲେ l

କିନ୍ତୁ ଦୁର୍ଭାଗ୍ୟ ବଶତଃ ବ୍ରିଜ ରୁ ଖଡ୍ଗ ନଦୀ କୁ ଖସି ପଡ଼ିଥିଲେ l ଖଡ୍ଗ ନଦୀ ରେ ଭାସି ବର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି ଚୈତନ୍ୟ l ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସମ୍ପର୍କ ରେ ଜାଣିବା ପରେ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l କଣ୍ଟାମାଳ ଅଗ୍ନିଶମ ବାହିନୀ ର ଏକ ଟିମ ଖଡ୍ଗ ନଦୀରେ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି l ତେବେ ଦୀର୍ଘ ପାଞ୍ଚ ଘଣ୍ଟା ପରେ ବି ଖଡ୍ଗ ନଦୀରୁ ଚୈତନ୍ୟ ଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ଏବେ ବି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି l

Bhabani Shankar jena

Leave a Reply

Your email address will not be published. Required fields are marked *