ଇଣ୍ଡିଆ-ଜାପାନ ଫେଣ୍ଡସିପ ସେଣ୍ଟର ପରିସରରେ ଏକ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଜନ୍ମାଷ୍ଟମୀ ଉପଲକ୍ଷେ ସାଂସ୍କୃତିକ ଭାବବିନିମୟପୁରୀ(ବ୍ୟୁରୋ)ପବିତ୍ର ଜନ୍ମାଷ୍ଟମୀ ଅବସରରେ ଇଣ୍ଡିଆ-ଜାପାନ ଫେଣ୍ଡସିପ ସେଣ୍ଟର ପରିସରରେ ଏକ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁଇ ଦେଶର କଳାକାରମାନେ ସେମାନଙ୍କ ପାରମ୍ପରିକ ଲୋକନୃତ୍ୟକୁ ପରିବେଷଣ କରିଥିଲେ । ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟର ମଜା ନେଇଥିଲେ ଜାପାନୀ କଳାକାର । ସେହିପରି ଜାପାନୀ କଳାକାରମାନଙ୍କ ଦ୍ୱାରା ଡ୍ରମ ବାଦ୍ୟ ଭାରତୀୟ କଳାକାରମାନଙ୍କ ମନକୁ ଛୁଇଁଥିଲା ।

ଜାପାନ କଳାକାର ଓ ଭାରତ ବିଭିନ୍ନ ରାଜ୍ୟରୁ ଆସି ଥିବା କଳାକାର ଓ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ଉଭୟ ଦେଶର କଳା ସଂସ୍କୃତି ଓ ଲୋକନୃତ୍ୟ ।ତେବେଏହା କୁ ବେଶ ଆନନ୍ଦର ସହ ଉପଭୋଗ କରିଥିଲେ ଉପସ୍ଥିତ ଭାରତ ଓ ଜାପାନ କଳାକାର । ଜାପାନର ଆନ୍ତର୍ଜାତୀୟ ଡ୍ରମ୍ ବାଦକ ନାଚୋସା ମିୟାହାରାଙ୍କ ଡ୍ରମବାଦ୍ୟ ସହ ସଙ୍ଗୀତରେ ଝୁଲିଥିଲେ ଉପସ୍ଥିତ ଦର୍ଶକ । ସେହିଭଳି ଭାରତର ପ୍ରସିଦ୍ଧ ଲୋକନୃତ୍ୟ,ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଥିଲା ମଞ୍ଚ । ଫଳରେ ଗୋଟିଏ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା ଦୁଇଦେ ଶର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ । ଉଭୟ ଦେଶର କଳା ସଂସ୍କୁତି,ଲୋକନୃତ୍ୟକୁଉପସ୍ଥିତ ପର୍ଯ୍ୟଟକମାନଙ୍କ ମନ ମୋ ହିଥିଲା । ତେବେଏହିନୃତ୍ୟ ଓ କଳା ଜରିଆରେ ଉଭୟ ଦେଶ ମଧ୍ୟରେ ବନ୍ଧୁତା ଓ ସମ୍ପର୍କ ନିବିଡ ହୋଇପାରିବ ବୋଲି କଳାକାରମାନେ ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ଓ ନୃତ୍ୟଶିଳ୍ପୀମାନେ କଥକ,ଭାରତ ନାଟ୍ୟମ ଓ ସୋଲୋ ନୃତ୍ୟ ଅତ୍ୟନ୍ତ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ । ପ୍ରଭୁ କୃଷ୍ନଙ୍କର ବିଭିନ୍ନ ଲୀଳାକୁ ଜାପାନୀ କଳାକାରଙ୍କ ସମ୍ମୁଖରେ ଭାରତର ନୃତ୍ୟଶିଳ୍ପୀମାନେ ପ୍ରଦର୍ଶିତ କରିଥିଲେ । ଫଳରେ ଭାରତର କଳାସଂ ସ୍କୃତି ଓ ଲୋକନୃତ୍ୟକୁ ଦେଖି ବିଭୋର ହୋଇପଡିଥିଲେ ଜାପାନୀ ପର୍ଯ୍ୟଟକ ଓ କଳାକାର । ଅନ୍ୟପକ୍ଷରେ ଫେଣ୍ଡସିପ୍ ସେଣ୍ଟର ପକ୍ଷରୁ ଜାପାନୀ କଳାକାର ଓ ପର୍ଯ୍ୟଟକମାନଙ୍କୁ ଜାପାନୀ ଭାଷାରେ ଅନୁବାଦ କରାଯାଇ ଭାରତର କଳା ସଂସ୍କୃତି ଓ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଉପରେ ଅବଗତ କରାଯାଇଥିଲା । ଏଭଳି ଅନନ୍ୟ କାର୍ଯ୍ୟକ୍ରମ ଜରିଆରେ ଦୁଇ ଦେଶର କଳା ସଂସ୍କୃତି ପ୍ରଚାର ପ୍ରସାର କରିବାରେ ଉଦ୍ୟମ ଚଳାଇଛନ୍ତି ଇଣ୍ଡିଆ-ଜାପାନ ଫେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତକୁମାର ଦାଶ ଏବଂ ସେଣ୍ଟର ପ୍ରତିଷ୍ଠାତା କୁନା ଦାଶ । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଜରିଆରେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଶିକ୍ଷା,କଳା ସଂସ୍କୃତି ଓ ପର୍ଯ୍ୟଟନଶିଳ୍ପର ଅଭିବୃଦ୍ଧି ହୋଇପାରିବ । କାର୍ଯ୍ୟକ୍ରମ ଶେଷରେ ଜାପାନ ଓ ଭାରତ କଳା କାରମାନଙ୍କୁ ସେଣ୍ଟରର ସଭାପତି ଶ୍ରୀ ଦାଶଙ୍କ ଦ୍ୱାରା ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *