ଭିଜଲାନ୍ସ ଜାଲରେ ରାଜ୍ୟ ପଣ୍ୟାଗାର ନିଗମ ଅଧିକ୍ଷକ ଦେବେନ୍ଦ୍ର ମହାନ୍ତି

ଭିଜଲାନ୍ସ ଜାଲରେ ରାଜ୍ୟ ପଣ୍ୟାଗାର ନିଗମ ଅଧିକ୍ଷକ ଦେବେନ୍ଦ୍ର ମହାନ୍ତି , ମିଲର ମାନଙ୍କ ଠାରୁ ଟଙ୍କା ନେବା ପଡ଼ିଲା ମହଙ୍ଗା, ଭୁବନେଶ୍ୱର ଭିଜଲାନ୍ସ ଦ୍ୱାରା ପୁରୀ ଜିଲ୍ଲା ନିମାପଡା ନହନ୍ତରା ସ୍ଥିତ ରାଜ୍ୟ ପଣ୍ୟାଗାର ନିଗମ ଅଧିକ୍ଷକ ଦେବେନ୍ଦ୍ର ମହାନ୍ତି ଗିରଫ I ନିମାପଡ଼ା ବସ ଷ୍ଟାଣ୍ଡ ନିକଟରେ ଦେବେନ୍ଦ୍ର ଙ୍କ ଠାରୁ ୨ଲକ୍ଷ ୧୪ହଜାର ଜବତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ତାଙ୍କ ଠାରୁ ନଗଦ ୪ଲକ୍ଷ୫୩ ହଜାର ୬୧୦ଟଙ୍କା ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ର ତିନୋଟି ଟିମ ତିନିଟି ସ୍ଥାନରେ ତଦନ୍ତ କରୁଛି । ପୂର୍ବରୁ ମିଲର ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦେବେନ୍ଦ୍ର ନେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।