ବର୍ଷର ଦୀର୍ଘଦିନ ଗାଁ ଦାଣ୍ଡ ଜଳମଗ୍ନ ହୋଇ ରହିବା ଦ୍ୱାରା ଗ୍ରାମବାସୀ ହନ୍ତସନ୍ତ । ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ପଶିପାରୁନାହିଁ । ଗ୍ରାମବାସୀମାନେ ଆଣ୍ଠୁଏ ପାଣିରେ ଯିବା ଆସିବା କରିବା ଦ୍ୱାରା ଓ ଏଭଳି ଅସ୍ବାସ୍ତକର ପରିବେଶରେ ଚଳିବା ଦ୍ୱାରା ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ କୌଣସି ସମାଧନ ହୋଇପାରୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମରେ । ଏହି ସମସ୍ୟାର ସମ୍ମୁଖୀନ ଦୀର୍ଘ ୧୦ ବର୍ଷ ହେଲାଣି ଗ୍ରାମବାସୀମାନେ ସମ୍ମୁଖୀନ ହେଉଛନ୍ତି । ଏଣୁ ଏହାର କୌଣସି ପ୍ରତିକାର ନ ହେବାରୁ ଆଜି ଉତ୍କଳ ସମାଜ ନାମକ ଅନୁଷ୍ଠାନ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଅନୁଷ୍ଠାନର କର୍ମକର୍ତାଙ୍କ ଡ଼ାକରାରେ ବାଲିସାହି ଗ୍ରାମବାସୀ ମିଳିତ ହୋଇ ଜଗତସିଂହପୁର ପୌରପରିଷଦ କାର୍ଯ୍ୟଳୟ ନିକଟରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା । ଯଦି ଏହି ଜଳ ନିଷ୍କାସନ ସମସ୍ୟାରେ ସ୍ଥାୟୀ ପ୍ରତିକାର ମାସକ ମଧ୍ୟରେ କରା ନ ଯାଏ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଉତ୍କଳ ସମାଜର ପ୍ରମୁଖ କର୍ମକର୍ତାମାନେ ଚେତାବନୀ ଦେଇଛନ୍ତି ।

Rita sahoo reporter

Leave a Reply

Your email address will not be published. Required fields are marked *