ଭିଜିଲାନ୍ସ ଜାଲରେ ସୁନାରିସିକୁଆଁ ଜିଆର ଏସ

ନୂଆପଡା ଜିଲ୍ଲା ଖରିଆର ବ୍ଲକ ସୁନାରିସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ (ଜିଆର ଏସ)ଜମି ମରାମତି କାମ ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଆର ଏସ ଓ ଅନ୍ୟ ଜଣେ ସହଯୋଗୀ ଙ୍କୁ ଭିଜିଲାନ୍ସ ଅଟକ ରଖି ତଦନ୍ତ ଚଳାଇଛି ସୂଚନାନୁଯାୟୀ ସୁରୁବାର ସକାଳେ ଖରିଆର ବ୍ଲକ ସୁନାରିସିକୁଆଁ ପଞ୍ଚାୟତ ର ଜଣେ ଚାଷୀ ମନରେଗା ଯୋଜନାରେ ଜମି ମରାମତି କାମ କରିଥିଲେ ହେଲେ କାମର ପରିଶ୍ରମିକ ମିଳିନଥିଲା ପଞ୍ଚାୟତ ଜିଆର ଏସ ପ୍ରଣବନ୍ଧୁ ଦଣ୍ଡସେନା ଓ ଅନ୍ୟ ଜଣେ ବେସରକାରୀ ବ୍ୟାକ୍ତି କମଳାକାନ୍ତ ପ୍ରଧାନ ମାଷ୍ଟର ରୋଲ ଜେନେରେଟ ପାଇଁ ହିତାଧିକାରୀ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିଲା ସମୟରେ କୋରାପୁଟ ଭିଜିଲାନ୍ସ ଚଢ଼ାଉ କରି 10 ହଜାର ଟଙ୍କା ଜବତ କରି ଜିଆର ଏସ ଓ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବିଭାଗ ତରଫରୁ ସୂଚନା ମିଳିଛିନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *