ବେଦାନ୍ତ ବିରୋଧୀ କୃଷକ ବିଜୟ ସମାବେଶ ଓ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ବିଜୟ ଉତ୍ସବ ପାଳିତ

ପୁରୀ ବେଲଦଳଠାର ବେଦାନ୍ତ ବିରୋଧୀ କୃଷକ ବିଜୟ ସମାବେଶ ଓ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ବିଜୟ ଉତ୍ସବ ପାଳିତ ହୋଇଛି। ଜମି ମାଲିକାନା ଫେରି ପାଇବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସମାବେଶରେ ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ସମାଜସେବୀ ତଥା ସୁପ୍ରିମକୋର୍ଟ ଆଇନଜିବୀ ପ୍ରଶାନ୍ତ ଭୂଷଣ , ନର୍ମଦା ବଞ୍ଚାଓ ଆନ୍ଦୋଳନ ନେତ୍ରୀ ମେଧା ପାଟେକର ,ପିସିସି ସଭାପତି ଶରତ ପଟ୍ଟନାୟକ,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ରାଜ୍ୟର ବହୁ ତୁଙ୍ଗ କୃଷକ ଓ ଶ୍ରମିକ ନେତା ଯୋଗଦେଇଥିଲେ।
ବେଦାନ୍ତ ବିଶ୍ୱବିଦ୍ୟାଳୟ ନାଁ ରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ୭,୦୦୦ ଏକର ବେଆଇନ ଜମି ଅଧିଗ୍ରହଣ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଐତିହାସିକ ରାୟ ଦେବା ପରେ ବେଲଦଳଠାର ବେଦାନ୍ତ ବିରୋଧୀ କୃଷକ ବିଜୟ ସମାବେଶ ଓ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ବିଜୟ ଉତ୍ସବ ପାଳନ କରାଯାଇଛି।ଗୋଟିଏ ଘରୋଇ କମ୍ପାନୀକୁ ଫାଇଦା ଦେବାପାଇଁ ୬,୦୦୦ ପରିବାର ବା ୩୦,୦୦୦ ଲୋକଙ୍କ ସ୍ୱାର୍ଥକୁ ରାଜ୍ୟ ସରକାର ଜଳାଞ୍ଜଳି ଦେଇଥିଲେ।ଭୂମି ଅଧିଗ୍ରହଣ ଆଇନ ୧୮୯୪ ଏବଂ ଭୂମି ଅଧିଗ୍ରହଣ ନିୟମ ୧୯୬୩ କୁ ଅବମାନନା କରି ଗରିବ ଚାଷୀ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ୭,୦୦୦ ଏକର ଚାଷ ଜମି ଅଧିଗ୍ରହଣ କରାଯାଇଥିଲା।ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେତେ ଜମି ଆବଶ୍ୟକ ତାହା ଯାଞ୍ଚ ନକରି ୧୫,୦୦୦ ଏକର ଜମି ଯୋଗାଇ ଦେବାକୁ କାହିଁକି କମ୍ପାନୀ ସହିତ ଚୁକ୍ତି କରାଗଲା ବୋଲି ପ୍ରଶ୍ନ ବିଜୟ ଉତ୍ସବରେ ଉଠିଥିଲା।
କେଉଁଠି ଜମି ଯୋଗାଇ ଦିଆଯିବ ତାହା ସରକାର ନିଷ୍ପତ୍ତି ନକରି କମ୍ପାନୀ ଚାହୁଁଥିବା ସମୁଦ୍ର ଉପକୂଳର୍ବୀ ଅଞ୍ଚଳରେ ମୂଲ୍ୟବାନ ଜମି ଦେବାକୁ ଚୁକ୍ତି ହୋଇଥିଲା।କମ୍ପାନୀର ବ୍ୟାପକ ନିର୍ମାଣ କାର୍ଯ୍ୟ ଯୋଗୁଁ ସେଠାରେ ଥିବା ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ପ୍ରାକୃତିକ ପରିବେଶ ଓ ପରିବେଷ୍ଟିନି ଉପରେ ପ୍ରଭାବ ପଡିଥାନ୍ତା।ଯଦି ୩,୮୩୭ ଏକର ଜମିରେ କମ୍ପାନୀର ଆବଶ୍ୟକତା ପୁରା ହୋଇ ପାରୁଥିଲା ତାହେଲେ ୧୫,୦୦୦ ଏକର ଏବଂ ପରେ ୮,୦୦୦ ଏକର ପାଇଁ କାହିଁକି କମ୍ପାନୀ ପ୍ରସ୍ତାବ ଦେଇଥିଲା ଏବଂ ଏହା ପଛରେ କମ୍ପାନୀର କ’ଣ ମନ୍ଦ ଉଦ୍ଦେଶ୍ୟ ଥିଲା, ତାହା ସରକାର କାହିଁକି ଯାଞ୍ଚ କଲେନାହିଁ ବୋଲି କହି ବର୍ଷିଛନ୍ତି ଚାଷୀ ଓ ଶ୍ରମିକ ନେତା।ଆଜି ବିଜୟ ଉତ୍ସବ ଅଧିକାରର ବିଜୟ ।ସାରା ରାଜ୍ୟ ଲୁଟ୍ ହେଉଛି ।ଖଣି ଖାଦାନ ଲୁଟ ହେଉଛି । ବିକଳ୍ପ ଆଣିବାକୁ ସମାବେଶରେ ଆହ୍ବାନ ଦିଆଯାଇଛି। ସମଗ୍ର ବିଶ୍ଵରେ ଜଗନ୍ନାଥଙ୍କ ନାଁ କହିଲେ ସମସ୍ତ ବୁଝନ୍ତି । ବହୁ ବିଦେଶୀ ବାରମ୍ବାର ଆକ୍ରମଣ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ବାଇଶି ମୌଜା ଲୋକଙ୍କ ସ୍ୱାର୍ଥ ରକ୍ଷା ହୋଇଛି।ପ୍ରଶାନ୍ତ ଭୂଷଣ ମଧୁବାବୁଙ୍କ ପରି। ସେ ବିନା ଅର୍ଥରେ ଲଢି ବେଦାନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ୍ ବୋଲି ସୁପ୍ରିମକୋର୍ଟରେ କରିଛନ୍ତି।ସମଜାଜପୁରରୁ ଏକ ବିଶାଳ ଶୋଭାଯାତ୍ରା ବିଭିନ୍ନ ଗାଁ ପରିକ୍ରମା କରି ବେଲଦଳରେ ପହଞ୍ଚିଥିଲା।
ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଉପରେ ରାଜ୍ୟ ସରକାର ନିଜର ପକ୍ଷ ଏଯାଏଁ ରଖିନାହାନ୍ତି।ଚାଷୀଙ୍କୁ ଦଶ ଲକ୍ଷ କ୍ଷତିପୂରଣ ସହ ଜମି ମାଲିକାନା ଯୋଗାଇବା ଯାଏଁ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତିର ଆନ୍ଦୋଳନ ଚାଲୁ ରହିବ।

Leave a Reply

Your email address will not be published. Required fields are marked *