ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା

ଆସିକା:- ଏହି ବ୍ଲକ ଅଧିନ କୋଟିନଡା ଥାନା ଅନ୍ତର୍ଗତ ହରିଡା ପଦର ଗ୍ରାମ ରେ ଦିନ ପ୍ରାୟ ୧୧ଟାବେଳେ ଏକ ହତ୍ୟା କାଣ୍ଡ ଘଟିଯାଇଛି। ହତ୍ୟା ର ଶିକାର ହୋଇଛି ସଞ୍ଜୟ କୁମାର ନାହାକ ବୟସ ୨୪। ପୂର୍ବ ରୁ ସେହି ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପୋଲିସ ପ୍ରଶାସନ ର ତତ୍ବାବଧାନରେ ଆପୋଷ ବୁଝାମଣା ରେ ଶାନ୍ତି ରେ ରହୁଥିଲେ।ଆଜ ଅର୍ଥାତ୍ ୦୯/୦୯ ଦିବା ୧୧ ଟା ବେଳେ ମୃତ ସଞ୍ଜୟ ନାୟକ ଗାଁ ଦୋକାନ କୁ ସଉଦା ପାଇଁ ଯାଇଥିଲା ସେହି ସ୍ଥାନରେ ପୂର୍ବ ରୁ ସୁରେଶ ଡାକୁଆ ଦୋକାନ ରୁ ସଉଦା ନେଉଥିଲା,କୈ।ଣସି କାରଣରୁ ୨ ଜଣଙ୍କ ମଧ୍ୟରେ କଥା କଟାକଟି ହେବାରୁ ଝଗଡ଼ା ର ସୂତ୍ର ପାତ ଆରମ୍ଭ ହେଲା। ଏତେ ଉଗ୍ର ରୂପ ନେଲା ଯେ ସୁରେଶ ଡାକୁଆ ର କଟୁରୀ ଚୋଟରେ ସଞ୍ଜୟ ନାୟକ ଟଳି ପଡ଼ିଲା। ପୋଲିସ କୁ ଖବର ହେବାକ୍ଷଣି ଘଟଣା ସ୍ଥଳରେ ଫୋର୍ସ ପହଂଚି ସଞ୍ଜୟ କୁ ଘଟଣା ସ୍ଥଳରୁ ହସ୍ପିଟାଲ କୁ ନିଆ ଗଲା । ଡାକ୍ତର ସଞ୍ଜୟ ନାୟକ କୁ ମୃତ ଘୋଷଣା କଲେ। ବ୍ୟବଛେଦ ଗୃହ କୁ ବ୍ୟବଛେଦ ପାଇଁ ପଠାଇଦେଲେ ଡାକ୍ତର।ଏପଟେ ଘଟଣା ସ୍ଥଳରୁ ଫେରାର ଥିବା ଆସାମୀ ସୁରେଶ ଡାକୁଆ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିପାରେ ଏହାକୁ ଦୃଷ୍ଟିରେ ରଖି କୋଟିନଡା ଥାନାଧିକାରୀ ଓ ଉପଖଣ୍ଡ ସ୍ତରିୟ ପୋଲିସ ଅଧିକାରୀ ପୋଲିସ ବ୍ୟାପକ ଫୋର୍ସ ମୁତୟନ କରିଛନ୍ତି।
ରିପୋର୍ଟ – ରଞ୍ଜନ କୁମାର ରାଉତ