ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପୁରୀ ସଦର ବ୍ଲକ ଗସ୍ତ

ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଗ୍ରସ୍ତ କରି ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଶ୍ରୀ ଦାସବର୍ମା ମଧ୍ୟାହ୍ନରେ ଭାଇଲିପୁର ପଞ୍ଚାୟତ ଭାଇଲିପୁର ଠାରେ ନିର୍ମାଣଧିନ ଶିଳ୍ପ ତାଲିମ କେନ୍ଦ୍ର ବୁଲି ଦେଖି ଶିଳ୍ପ ତାଲିମ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଖୁବଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରତାପ ରାମଚନ୍ଦ୍ର ପୁର ପଞ୍ଚାୟତରେ ରତ୍ନଚିରା ନଦୀ ଉପରେ ମାଳସାହି ମେଳଣ ପଡ଼ିଆରୁ ଚାଷପଡ଼ା କୁ ସଂଯୋଗ କରୁଥିବା ନିର୍ମାଣଧୀନ ବ୍ରିଜ୍ ବୁଲି ଦେଖିବା ସହିତ ବ୍ରିଜ୍ କାର୍ଯ୍ୟ ଖୁବ୍ ଶିଘ୍ର ସାରିବା ପାଇଁ ପୁରୀ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତରେ ଆଲୋଚନା କରିଛନ୍ତି। ଏହାସହିତ ଅପରାହ୍ନରେ ପ୍ରତାପ ରାମଚନ୍ଦ୍ର ପୁର ପଞ୍ଚାୟତ ଡ଼ୋମାଣିଆ ଗ୍ରାମରେ ନିର୍ମାଣଧିନ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବା ସହ ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ସାରିବା ପାଇଁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଭଳି କଠିନ ପରିସ୍ଥିତିକୁ ମୁକାବିଲା ଓ ସୁରକ୍ଷା ଦେବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଭଳି ଯୋଜନା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଏହି ଗ୍ରସ୍ତ ସମୟରେ ପୁରୀ ସଦର ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ଭାଇଲିପୁର ପଞ୍ଚାୟତ ସମିତି ସଭ୍ୟ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ଗୈଉଡାକେରା ସରପଞ୍ଚ ରମେଶ ପ୍ରଧାନ, ପ୍ରତାପ ରାମଚନ୍ଦ୍ର ପୁର ସରପଞ୍ଚ ଦେବିପ୍ରିୟ ଦାସ,ପୁରୀ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ପୁରୀ ପାନୀୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *