ଵେଆଇନ୍ କରତ କଳ ଜବତ

ବାରମ୍ବାର ଜଵଦ ପରେ ବି ଚାଲିଛି ଵେଆଇନ୍ କରତ କଳ।ଵନ ବିଭାଗ ନିରବଦ୍ରଷ୍ଟା।ଏହି କିଛି ମାସ ପୂର୍ବରୁ ଜବତ ହୋଇଥିବା ବଢେଇପଦା ର କରତ କଳ ପୁଣି କେମିତି କାର୍ଯ୍ୟକ୍ଷମ ହୋଇ ଚାଲୁଥିଲା।କାହା ଇଙ୍ଗିତ ରେ ଆଉ କାହା ବାହୁବଳ ରେ ଚାଲୁଥିଲା। ହଁ ଆଜ୍ଞା ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବଢ଼େଇପଦା ଠାରେ ବେଆଇନ୍ ଭାବରେ ଯେଉଁ କରତକଳ ଚାଲୁଥିଲା ତାକୁ ଆଜି ଭଦ୍ରକ ବନଖଣ୍ଡ ଅଧିକାରୀ ନିର୍ଦେଶ କ୍ରମେ ବାସୁଦେବପୁର ଓ ଚାନ୍ଦବାଲି ରେଞ୍ଜ ଷ୍ଟାପର ମିଳିତ ଉଦ୍ୟମ ରେ ଚଢ଼ାଉ କରିଛି। କିଛି ଉପରିସ୍ଥ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏହା ସମ୍ଭବ ହୋଇପାରିଛି। ବାସୁଦେବପୁର ରେଞ୍ଜର ଅଫିସର କପିଳେନ୍ଦ୍ର ପ୍ରଧାନ ଫରେଷ୍ଟର ଅଫିସର ରାମଚନ୍ଦ୍ର ସିଙ୍ଗ, ତୃପ୍ତିରାମ ମହାନ୍ତି, ବିମଳା ମଲ୍ଲିକ, ବିନୋଦ ସିଙ୍ଗ ସୁଚିସ୍ମିତା ମହାନ୍ତି ବସନ୍ତ ମହାନ୍ତି ସମେତ ଚଢ଼ାଉ କରିଥିଲେ। ଜବତ ହୋଇଥିବା କାଠ ଅନୁମାନ 22 ସିଫ୍ଟ ହେବ ବୋଲି ରେଞ୍ଜର ଅଫିସର କପିଳେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରେ କହିଛନ୍ତି।କାଠ ସହିତ ମେସିନ ମଧ୍ୟ୍ୟ ଜବତ କରାଯାଇଛି ।ଏଥି ସହିତ ଯେଉଁଭଳି ଭାବରେ ବାସୁଦେବପୁର ରେ ଯେତେ ବେଆଇନ କରତ କଳ ଚାଲୁଛି ତାକୁ ମଧ୍ୟ୍ୟ ଜବତ କରାଯିବ ବୋଲି ବାସୁଦେବପୁର ର ବନବିଭାଗ ରେଞ୍ଜର ଅଫିସର କପିଳେନ୍ଦ୍ର ପ୍ରଧାନ କହିଛନ୍ତି । ଦେଖିବାକୁ ଵାକି ରହିଲା ଆଗକୁ ବନ ବିଭାଗ କି ପଦକ୍ଷେପ ନେଇଛନ୍ତି ନା ଏମିତି ଵେଆଇନ୍ କରତ କଳ ଚାଲୁଛି।