କମିଶନରେଟ ପୁଲିସ ଅଧ୍ୟକ୍ଷତାରେ ଜଟଣୀ ଗଣେଶ ପୂଜା ପ୍ରସ୍ତୁତି ପର୍ବ

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବ ପାଇଁ କମିସନେରେଟ୍ ପୁଲିସ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜଟଣୀ ସହରରେ ପ୍ରସିଦ୍ଧ ଗଣେଶ ପୂଜା ଧୂମଧାମରେ ଆୟୋଜନ ହେବାକୁ ଯାଉଥିବା ବେଳେ। ଜଟଣୀ କମିଶନରେଟ ଥାନା ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ ପାଇଁ ସମସ୍ତ ପୋଲିସ ଅଧିକାରୀ ମାନେ ଆଗେଇ ଆସିଛନ୍ତି। ପୋଲିସ ତତ୍ୱବଧାନରେ ବୈଠକ ଆୟୋଜିତ କରିଥିଲେ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ପ୍ରେକ୍ଷାଳୟରେ। ଭୂବନେଶ୍ୱର କମିଶନରେଟ ପୁଲିସ ଡିସିପି, ଏସିପି ପ୍ରତ୍ୟେକ୍ଷ ତତ୍ୱାବଧାନ ଭିତରେ ଜଟଣୀ ଥାନା ଆଇଆଇସି,ଏସ ଆଇ, ଏ ଏସ୍ ଆଇ ଏବଂ ଥାନାର ଏକାଧିକ ପୋଲିସ କର୍ମଚାରୀ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଆୟୋଜିତ ଏହି ବୈଠକରେ ଜଟଣୀର ପ୍ରସିଦ୍ଧ ଗଣେଶପୂଜା ଆଧାରିତ ବିଭିନ୍ନ ସମସ୍ୟା ଉପରେ ଜଟଣୀ ପୁଜା କମିଟିର ଉଦ୍ୟକ୍ତା ମାନେ ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟା ମାନ ଦର୍ଶାଇଥିଲେ। ଉକ୍ତ ବୈଠକରେ ଭୁବନେଶ୍ୱର କମିଶନରେଟ ପୁଲିସ ଡିସିପି ନିଜର ବକ୍ତବ୍ଯ ରଖିଥିଲେ, ଭୁବନେଶ୍ୱର ଉପକଣ୍ଠରେ ରହିଥିବା ଜଟଣୀ ସହର ଦିନକୁଦିନ ଜନଗହଳି ବୃଦ୍ଧି ପାଉଛି, ତେଣୁ ପୂଜା କିଭଳି ସୁରୁଖୁରରେ ସମାପନ ହେବ ସେନେଇ ପୁଲିସ ପ୍ରଶାସନ ଏବଂ ପୂଜା କମିଟି ଉଭୟେ ସହଯୋଗ କରିବା ନିହାତି ଆବଶ୍ୟକ। ପାର୍ବଣ ସମୟରେ ଜନଗହଳିକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ପୁଲିସ୍ ନିୟୋଜିତ କରାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି। ସ୍ଥାନୀୟ ହରିଭାଇନା ଛକ ଓ କୁଦିଆରୀ ବଜାର ଅଂଚଳରେ ପୁଲିସର ଦୁଇଟି କଂଟ୍ରୋଲ ରୁମ ରଖାଯିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହିବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ପୈାରାଧ୍ୟକ୍ଷ ଅନନ୍ତ ବେହେରା, ଆଇଆଇସି ସ୍ୟୋମ୍ୟକାନ୍ତ ବଳିୟାରସିଂହ ପ୍ରମୁଖ ଭିନ୍ନ ଭିନ୍ନ ପ୍ରସ୍ତାବ ଦେଇଥିଲେ ଏବଂ ସମସ୍ତ ଅଧିକାରୀ ମାନେ ସମ୍ପୁର୍ଣ୍ଣ ସହୋଯୋଗ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ଯେଭଳି ପ୍ରଭୁ ଗଜାନନଙ୍କ ପୁଜା ପାର୍ବଣ ଦିନ ଗୁଡିକରେ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଧାଳୁ ଙ୍କ ଭିଡ ଜମିବ ସେଥିପାଇଁ ପୁଜା ମଣ୍ଡପର କର୍ମକର୍ତ୍ତା ପୋଲିସ କର୍ମକର୍ତ୍ତା ମାନଙ୍କର ଉଭୟ ସଜାଗ ରହି ସମସ୍ତ ପରିସ୍ଥିତିକୁ ସମ୍ଭାଳି ନେବାର ପ୍ରସ୍ତାବ ରହିଥିଲା। ଜଟଣୀ ପୌରା ଅଞ୍ଚଳରେ ରହିଥିବା ସରକାରୀ କାର୍ଯାଳୟର ଅଧିକାରୀ, ଜଟଣୀ ସହରର କର୍ମକର୍ତ୍ତା ଉପସ୍ତିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *