ଧାରଣାରେ ବସିଲେ ରାୟଗଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ

ରାୟଗଡ଼ା : ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘ ତିନି ଦଫା ଦାବି ପୂରଣ ପାଇଁ ଧାରଣାରେ ବସିଥିବା ବେଳେ ଆଜି ରାୟଗଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତିନି ଦଫା ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ,ରାୟଗଡାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ଉପ ସଭାପତି ଶ୍ରୀ ନରେଶ ସିଂ, ଆଞ୍ଚଳିକ ସମ୍ପାଦକ ଶ୍ରୀ ଦୀପକ କୁମାର ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୀଳାଞ୍ଚଳ ମିଶ୍ର , ପ୍ରମୋଦ ପଣ୍ଡା ପ୍ରମୁଖ ଶିକ୍ଷକ ନେତା ଧାରଣାରେ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ବ୍ଳକପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ସଦାନନ୍ଦ ନାୟକ, ସମ୍ପାଦକ ଶ୍ରୀ ଦୁର୍ଗା ସନ୍ନ୍ୟାସୀ ବେହେରା, ଉପ ସଭାପତି ଶ୍ରୀ ସୁଧାକର ଚୌଧୁରୀ,ଓ ସାଳନ୍ତା ଅଟକା , ଏନ୍ ପି ଏସ ସଂଘର ବ୍ଲକ ସଭାପତି ପୁରନ୍ଦର ପାଣି, ସମ୍ପାଦକ ତନୁଶ୍ରୀ ସ୍ମରଣିକା ମିଶ୍ର ପ୍ରମୁଖ ଶିକ୍ଷକ ନେତା ଧାରଣାରେ ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଂଗ୍ରାମ ଜାରି ରଖିବା ପାଇଁ ନିବେଦନ କରିଥଲ । ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।