୪୦ବର୍ଷ ହେଲା ଗାଁକୁ ନାହିଁ ରାସ୍ତା ଖଣ୍ଡେ;ଶୁଣିଲାନି ବ୍ଳକ୍ ପ୍ରଶାସନ, ୧୫ରେ ରାସ୍ତା ଅବରୋଧ କରିବେ ସରପଞ୍ଚ
![](https://teerthkhetra.com/wp-content/uploads/2023/09/IMG-20230912-WA0006-1024x594.jpg)
ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ତଥା ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଯନ୍ତନା ବାଲିସାହିକୁ ଦୀର୍ଘ ୪୦ ବର୍ଷ ହେବ ରାସ୍ତା ଖଣ୍ଡେ ନାହିଁ, ଯାହା ଫଳରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଶତାଧିକ ବାସିନ୍ଦା। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ଵାର ବ୍ଳକ୍ ପ୍ରଶାସନ ଓ ପୂର୍ବତନ ପଞ୍ଚାୟତ ସରପଞ୍ଚକୁ ଜଣାଇଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହିଁ। ଏନେଇ ନୂତନ ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ବ୍ଲକ ଓ ତହସିଲ ପ୍ରଶାସନକୁ ବାରମ୍ଵାର ଯାଇ ରାସ୍ତା କାର୍ଯ୍ୟ ପାଇଁ ନିର୍ଦେଶ ପାଇଥିଲେ ମଧ୍ଯ କେତେକ ଶାସକ ଦଳର ରାଜନୈତିକ ନେତା ମାନେ କରାଇ ଦେଉ ନାହାନ୍ତି। ସରପଞ୍ଚଙ୍କ ଲୋକପ୍ରିୟତା ଓ କାର୍ଯ୍ୟାବଳୀ ଉପରେ ହିଂସା କରି କାମ କରାଇ ଦେଉ ନାହାନ୍ତି। ତେଣୁ ସରପଞ୍ଚ ବାରମ୍ଵାର ବ୍ଳକ୍, ତହସିଲ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ସାଧାରଣ ଲୋକଙ୍କ ମୌଳିକ ଅଧିକାର ପାଇ ପାରି ନାହାଁନ୍ତି। ଏଣୁ ଆସନ୍ତା ୧୫ ତାରିଖରେ ସେ ଓ ପଞ୍ଚାୟତ ବାସି ମାନେ ମିଳିତ ଭାବେ କୋଣାର୍କ – ଭୁବନେଶ୍ୱର ମୂଖ୍ୟ ରାସ୍ତା ଅବରୋଧ କରି ରାସ୍ତା ରୋକ କରିବାକୁ ନିଷ୍ପତି ନେଇଛନ୍ତି। ଏନେଇ ମଙ୍ଗଳବାର ପଂଚାୟତ କାର୍ଯ୍ୟଳୟରେ ସ୍ଥାନୀୟ ବାସିନ୍ଦାଙ୍କ ସହ ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।