ବର୍ଷିଆନ କଂଗ୍ରେସ ନେତା ମନ୍ମଥ ରାଜଙ୍କର ଦେହାନ୍ତ

ଜୟପୁର ପଞ୍ଚଯାତର କଂଗ୍ରେସ କୁ ଭଲ ପାଉଥିବା ମନ୍ମଥ ରାଜ ଙ୍କର 94 ବର୍ଷ ବୟସରେ ଦେହାନ୍ତ । ଉଦଳା ତା 12.09.23 ରିଖ ଜୟପୁର ପଞ୍ଚଯାତ ର ବର୍ଷିଆନ କଂଗ୍ରେସ ନେତା ମନ୍ମଥ ରାଜଙ୍କର 94 ବର୍ଷ ବୟସରେ ବାଧକ୍ୟ ଜନିତ ରୋଗରେ ପୀଡିତ ହୋଇ ତାଙ୍କ ବାସଭବନ ରେ ପରଲୋକ ଘଟିଛି ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରର ତାଙ୍କ ର 4ପୁଅ, ବହୁ, ଝିଅ, ଓ ନାତି ନାତୁଣୀ ଏବଂ ଅତ୍ମୀୟା ସ୍ୱଜନ ଉପସ୍ଥିତ ଥିଲେ ସ୍ୱର୍ଗତ ମନ୍ମଥ ରାଜ ସ୍ୱାଧୀନତା ସଂଗ୍ରାମୀ ବୋଇସି ରାଜଙ୍କର ପୁତ୍ର ଅଟନ୍ତି । ସ୍ୱର୍ଗତ ମନ୍ମଥ ରାଜ ଜଣେ ମିଷ୍ଠଭାଷୀ ମିଳାପୀ ଓ କଂଗ୍ରେସ ର ନେତୃତ୍ୱ ଥିଲେ ତାଙ୍କର ମୃତ୍ୟୁ ଖବର ପାଇ ଉଦଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଯୋଜକ ନାରାୟଣ ପଟ୍ଟନାୟକ ଉଦଳା ଟାଉନ ସଭୋପତି ସଂଜୀବ କୁମାର ମହାନ୍ତି କପ୍ତିପଦା ବ୍ଲକ ସଭାପତି ବାବୁଲି ପରିଡା ଦୀର୍ଗା ଚରଣ ଟୁଡୁ ଜି ବି ନଗର ସଭାପତି ଗୌରାଙ୍ଗ ପୋଥାଳ ଉତ୍ତମ ବେହେରା, ସୋମନାଥ ବେହେରା,ଗୋପାଳ ଖିଲାର ଓ ଅନ୍ୟ ମାନେ ତାଙ୍କର ଶେଷ ଦର୍ଶନ କରିଥିଲେ। କଂଗ୍ରେସ କର୍ମୀ ମାନେ ତାଙ୍କ ମରଶରୀର ଉପରେ କଂଗ୍ରେସ ପତାକା ଓ ପୁଷ୍ପ ଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।