ପର୍ଯ୍ୟଟନସ୍ଥଳି ମାନ୍ୟତା ଅପେକ୍ଷାରେ ରତ୍ନଗଣ୍ଡ ଜଳ ପ୍ରପାତ

ଦଶପଲ୍ଲା : – ଆରମ୍ଭ ହେଲାଣି ପିକନିକ୍ ଋତୁ । ଶୀତୁଆ ସକାଳ ସହ ଜଙ୍ଗଲ ପରିବେଷ୍ଟିତ ଶାନ୍ତି ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜି କରିବାରେ ମିଳିଥାଏ ନିଆରା ଅନୁଭୂତି । ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସ୍ଥାନମାନଙ୍କରେ ବଣଭୋଜି ପାଇଁ ଲୋକଙ୍କ ସମାଗମ ଲାଗିରହିଥାଏ । ଜିଲ୍ଲାର ଦଶପଲ୍ଲା ବ୍ଲକ ବିରିଗଡ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତଥା ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳି ରତ୍ନଗଣ୍ଡ ରେ ପ୍ରତ୍ୟେକ ବର୍ଷ ନଭେମ୍ବର ମାସରୁ ପିକ୍‌ନିକ୍ ପାର୍ଟି ପାଇଁ ପର୍ଯ୍ୟଟକ ମାନଙ୍କର ଭିଡ ଆରମ୍ଭ ହୋଇଯାଏ। ରତ୍ନଗଣ୍ଡ ଜଳପ୍ରପାତ,ପରିସରରେ ରହିଛି ଏକ ପଥର ଶଯ୍ୟା । ପଥର ଶଯ୍ୟାରୁ ପ୍ରାୟ ୨ଶହ ଫୁଟର ଜଳପ୍ରପାତ ତା ‘ ସହିତ ବହୁ ଆକର୍ଷଣୀୟ ସ୍ଥାନ ରହିଥିବାବେଳେ ଏହାର ଚତୁଃପାର୍ଶ୍ବ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ବର୍ଷସାରା ଏହି ପର୍ଯ୍ୟଟନ ସ୍ଥାନକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକ ଛୁଟିଆସିଥାନ୍ତି ବୋଲି କହିଛନ୍ତି ଅଞ୍ଚଳବାସି।କିନ୍ତୁ ଦୁଃଖ ର ବିଷୟ ଜାତୀୟ ରାଜପଥ ରୋଡ଼ ନଂ-୫୭ ଟାକରା ଠାରୁ ରତ୍ନଗଣ୍ଡ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର କଚାରାସ୍ତା ହୋଇଥିବାରୁ ଗାଡ଼ି ମଟର ଯିବା ଆସିବାରେ ବହୁ ଅସୁବିଧା ହୁଏ । ଏଵଂ ତା ‘ସହ ଶୁଣିବାକୁ ମିଳୁଛି ବର୍ତ୍ତମାନ ବହୁ ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ହୋଇ ରହିଛି ରତ୍ନଗଣ୍ଡ ଜଳ ପ୍ରପାତ ! ନା ଏଠି ପଡୁଛି ପ୍ରଶାସନର ଦୃଷ୍ଟି ! ନା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳ ପ୍ରପାତ ଟି ପାଉଛି ପ୍ରଜ୍ୟଟନ ସ୍ଥଳୀର ମାନ୍ୟତା ।

Leave a Reply

Your email address will not be published. Required fields are marked *