ନିର୍ବାଚନ ଗଣତନ୍ତ୍ର ର ମହାପର୍ବ

।ପୁରୀ ୧୩/୯ ଭାରତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।ନିର୍ବାଚନ ଗଣତନ୍ତ୍ର ର ମହାପର୍ବ।ଏହି ମହାପର୍ବ କୁ ଅଧିକ ଋଦ୍ଧିମନ୍ତ କରିବ ଏକ ସୁସ୍ଥ ଭୋଟର ତାଲିକା ଓ ସମସ୍ତ ଙ୍କ ମତଦାନ ବୋଲି କହିଛନ୍ତି ବରିଷ୍ଠ ଅଧିକାରୀମାନେ।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଭୋଟର ସଚେତନତା ଅଭିଯାନ ମୁଁ ବି ମିତା ର ଶୁଭାରମ୍ଭ ହୋଇଥିଲା।ଏଥିରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏକ ତୃଟି ଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ସହ ସମସ୍ତ ସାବାଳକ ଯେପରି ଭୋଟର ତାଲିକାରେ ସାମିଲ ହେବେ ସେଥିପାଇଁ ସମସ୍ତଙ୍କ ସହାୟତା ନିଆଯାଉଛି।ବିଭିନ୍ନ କଲେଜ ର ସ୍ୱଛାସେବୀ ଭାବେ ମୁଁ ବି ମିତା ମାନଙ୍କୁ ଦାୟିତ୍ୱ ଦିଆଯାଇ ୧୮ବର୍ଷ ହୋଇଥିବା ବା ହେବାକୁ ଥିବା ପିଲା ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ବ୍ୟବସ୍ଥା ହୋଇଛି।ଭଲ କାମ କରୁଥିବା ମୁଁ ବି ମିତା ମାନଙ୍କୁ ପୁରସ୍କାର ଓ ମାନପତ୍ର ଦିଆଯିବ ବୋଲି ଶ୍ରୀ ସାହୁ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ପ୍ରଥମେ ୨୧ ବର୍ଷ ରେ ଭୋଟର ହେଉଥିବା ବେଳେ ବର୍ତ୍ତମାନ ୧୮ ବର୍ଷ ବୟସ ରୁ ଭୋଟର ହେବା ପାଇଁ ନିର୍ବାଚନ ଆୟୋଗ ବ୍ୟବସ୍ଥା କରିଥିବାରୁ ଏଥିରେ ସମସ୍ତେ ସାମିଲ ହେବା ସହ ନିଶ୍ଚିତ ମତଦାନ କରି ଗଣତନ୍ତ୍ର କୁ ସୁଦୃଢ଼ କରିବାକୁ ସେ ଆହ୍ୱାନ ଦେଇଥିଲେ।ଉପଜିଲ୍ଲାପାଳ ଭବତାରଣ ସାହୁ ବିଶଦ ତଥ୍ୟ ପ୍ରଦାନ ସହ ପୁରୀ ଜିଲ୍ଲା ରେ ବିଭିନ୍ନ ମହାବିଦ୍ୟାଳୟର ୬୮ ଜଣ ଙ୍କୁ ମୁଁ ବି ମିତା ଭାବେ ଦାୟିତ୍ୱ ଦିଆଯାଇ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଥିଲେ।ପ୍ରତ୍ୟେକ ମୁଁ ଵି ମିତା ଭୋଟର ହେଲ୍ପ ଲାଇନ ଆପ ଇନଷ୍ଟଲ କରି ସେବା ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା,ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକ, ରାକେଶ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅନ୍ୟାନ୍ୟ କର୍ମଚାରୀ ଓ ବିଭିନ୍ନ କଲେଜର ମୁଁ ବି ମିତା ଓ ସହକାରୀ ଅଧିକାରୀ, କର୍ମଚାରୀ ମାନେ ଯୋଗ ଦେଇଥିଲେ।ପରେ ମୁଁ ବି ମିତା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *