କଲଭର୍ଟ ତଳକୁ ଖସି ବାଇକ ଆରୋହି ମୃତ୍ୟୁ

କାମାକ୍ଷାନଗର୧୩.୦୯.୨୦୨୩-ତୁମୁସିଙ୍ଗା ଥାନା ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାର ଖଟୁଆହତା ନିକଟରେ ଥିବା କଲଭର୍ଟ ପିଟିହୋଇ ବାଇକ ଆରୋହି ମୃତ।ମୃତକ ହେଲେ ଢେଙ୍କାନାଳ ରାମେଶ୍ବରପୂର ଗ୍ରାମର ଗଣେଶ୍ବର ଖୁଣ୍ଟିଆ।ଗତକାଲି ବିଳମ୍ବିତ ରାତିରେ ଦୂର୍ଘଟଣା ହୋଇଥିବା ସୂଚନା।ଗତକାଲି ଗଣେଶ୍ବର କାମାକ୍ଷାନଗରରୁ କାମ ସାରି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କଲଭର୍ଟ ତଳକୁ ଖସି ଯାଇଥିଲେ।ଫଳରେ ଘଟଣା ସ୍ଥଳର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚିଥିଲା। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ମୃତ ଦେହ ଚିହ୍ନଟ କରିବା ପରେ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରିଖିଛି।

Prakash Kumar Patra reporter

Leave a Reply

Your email address will not be published. Required fields are marked *