ଚୋରକୁ କାବୁ କରିବା ସହ ନିର୍ଧୁମ ଛେଛି ପୋଲିସ ରେ ଜିମା ଦେଲେ ଗ୍ରାମବାସୀ

ବିଳମ୍ବିତ ରାତି ରେ ଘରେ ପଶି ଚୋରି କରୁଥିବା ବେଳେ ଜଣେ ଚୋର କୁ କାବୁ କରିବା ସହ ନିର୍ଧୁମ ଛେଞ୍ଚି ପୋଲିସ ରେ ଜିମା ଦେଲେ ଲୋକେ , ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଇଟିଙ୍ଗିରୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ର ହାଓଡା ଅଞ୍ଚଳ ର ଦୁଇ ଜଣ ଯୁବକ ଗତକାଲି ବିଳମ୍ବିତ ରାତିରେ ବାଇଟିଙ୍ଗିରି ଗ୍ରାମରେ ଚୋରି କରୁଥିବା ସମୟରେ କୌଣସି ସୂତ୍ରରୁ ଜାଣିପାରି ଗ୍ରାମବାସୀ ମାନେ ଉଠି ପଡିବାରୁ ଦୁଇ ଜଣ ଚୋର ଗାଡି ଛାଡି ଦୌଡି ପଳାଇବା ସମୟରେ ଗ୍ରାମବାସୀ ମାନେ ଜଣେ ଚୋର କୁ କାବୁ କରି ଦୌଡି ରେ ବାନ୍ଧି ଉତ୍ତମ ମଧ୍ଯମ ଦେବା ସହ ବାଲିଆପାଳ ଥାନା କୁ ଖବର ଦେଇଥିଲେ, ଖବର ପାଇ ବାଲିଆପାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋର କୁ ଅଟକ ରଖିବା ସହ ଗାଡି ଜବଦ କରି ଅଧିକ ତଦନ୍ତ ଜାରି ରଖିଛି