ପୋଲିସ ଆଇନ ୩୦ ଧାରା ୯୦ ଦିନ ପାଇଁ ବଳବତ୍ତର

ପୁରୀ : ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି।ଏହା ଚଳିତ ମାସ ୫ ତାରିଖ ଠାରୁ ଡିସେମ୍ବର ୩ ତାରିଖ ୯୦ ଦିନ ପର୍ଯ୍ୟନ୍ତ ସମସ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାର କୁ ବେଆଇନ ଘୋଷଣା କରାଯାଇଛି ବୋଲି ଏସ ପି ଡା କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *