ଜଟଣୀ ସିଭିଲ୍ କୋର୍ଟ ଓକିଲ ସଂଘର ମହା ମିଳନ

ଜଟଣୀ ଓକିଲ ସଂଘର ପଞ୍ଚବାର୍ଷିକ ସମିଳନୀ, ଓକିଲ ସଂଘ ମିଳିତ ଆନୁକୂଲ୍ୟରେ ସିଭିଲ୍ କୋର୍ଟ ପରିସରରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଓକିଲ ସଂଘର ଆୟୋଜକ ମାନେ କୋର୍ଟ ପରିସରକୁ ଯେଉଁ ଭଳି ସରସ ସୁନ୍ଦର କରିଥିଲେ, ସେହିଭଳି ନିମନ୍ତ୍ରଣ ଆଗନ୍ତୁକ ମାନେ ନିଜର ମନ୍ତବ୍ୟ ରେ ଅନେକ ଉଚ୍ଚ କୋଟିର ଶିକ୍ଷଣୀୟ ବାର୍ତ୍ତା, ଓକିଲ ମାନଙ୍କୁ ଏବଂ ନିୟନ୍ତ୍ରିତ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରାଞ୍ଜଳ ଭାବେ ବାର୍ତ୍ତାର ଉପଦେଶ ଦେଇଥିଲେ। ସେହି ମାନେ ହେଉଛନ୍ତି, ମୁଖ୍ୟ ଅତିଥି ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ, ଭାଇସ୍ଚାନସିଲର କଲଚର, ଉତ୍କଳ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର। ମୁଖ୍ୟ ବକ୍ତା ଶ୍ରୀ ପ୍ରଶନ୍ନ କୁମାର ପାଢୀ ମାନ୍ୟବର ଡେପୁଟୀ ସୋଲିସିଟର ଜେନେରାଲ, ହାଇକୋର୍ଟ ଓଡିଶା। ଅତିଥି ଡକ୍ଟର ଶୁପ୍ରିୟା ପଟ୍ଟନାୟକ ଭାଇସ୍ଚାନସିଲର, ସେନ୍ଚୋରିଆନ ବିଶ୍ୱବିଦ୍ୟାଳୟ,ଜଟଣୀ। ଅତିଥି ଶ୍ରୀମତୀ ହିତାଶ୍ରୀ ବେହେରା, ଜଟଣୀ ସିଭିଲ୍ କୋର୍ଟ ଜଜ୍ ପ୍ରମୁଖ ଯୋଗଦେଇ, ଓକିଲ ସଂଘର ପଞ୍ଚମ ବର୍ଷ ପୂର୍ତ୍ତି ଉତ୍ସବ ଟିକୁ ଅତି ସରସ ସୁନ୍ଦର କରିଥିଲେ।
ଶ୍ରୀ ନିରଞ୍ଜନ ପଣ୍ଡା, ଜଟଣୀ ଓକିଲ ସଂଘର ସଭାପତି ନିମନ୍ତ୍ରତ ଆଗନ୍ତୁକ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶ୍ରୀ ବିଜୟ କୁମାର ମହାପାତ୍ର, ଅକ୍ଷାଂଶୁ ଶେଖର ନାୟକଙ୍କ ପ୍ରବୃତ୍ତି ସମସ୍ତ ଓକିଲ ମାନଙ୍କ ବିପୁଳ ସହୋଯୋଗ ରେ କାର୍ଯ୍ୟକ୍ରମକୁ ନିଖୁଣ ଭାବେ ଆଗେଇ ନେଇଥିଲେ।

Leave a Reply

Your email address will not be published. Required fields are marked *