ପୋକସୋ ନିୟମ ଏବଂ ପିଡୀତା ସହାୟତା ସଚେତନତା କାର୍ଯ୍ୟକ୍ରମ

ନୟାଗଡ : ନୟାଗଡ଼ ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ଲାଠିପଡାରେ, ନୟାଗଡ ଜିଲ୍ଲା ଆଇନ ସେବା ଆନୁକୁଲ୍ଯରେ ପୋକସୋ ନିୟମ ଏବଂ ପିଡୀତା ସହାୟତା ଉପରେ ଏକ ସଚେତନତା କାର୍ଯ କ୍ରମ ଅନୁଷ୍ଠିତ ହୋଇଅଛି । ଛାତ୍ରୀ ଅନୁସୂୟା ପାତ୍ର ସ୍ଵାଗତ, ଅତିଥୀ ପରିଚୟ ଏବଂ ସଚେତନତର ଆଭିମୁଖ୍ଯ ବର୍ଣ୍ଣନା କରିଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକସୋ ଅଧିନିୟମ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପିଡୀତା ସହାୟତା ବୁଝାଇଥିଲେ । ଆଇନ ସଚେତନତା ଦ୍ଵାରା ଛାତ୍ର ଜୀବନରେ ଏକ ଶ୍ରୁଙ୍ଖଳିତ ଜୀବନଶୈଳୀର ଲକ୍ଷ ହାସଲରେ କିପରି ସହାୟକ ହୋଇପାରିବ ଦର୍ଶାଇଥିଲେ ।ଅଧ୍ୟକ୍ଷ ଡଃ ମାନସ ରଞ୍ଜନ ଶତପଥି, ତାଙ୍କର ବକ୍ତବ୍ୟରେ ଆତ୍ମ ବିଶ୍ବାସ, ଆତ୍ମ ନିର୍ଭର ହେଉଛି ବୈଷୟକ ଯୁଗରେ ସମାଜକୁ ସଠିକ ଦିଗ୍ଦର୍ଶନ ଦେଇପାରିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । ସଦସ୍ୟ ମହମ୍ମଦ ଓମର ମଲ୍ଲିକ ଜାତୀୟତା ଏବଂ ବୈଷୟକ ଜ୍ଞାନର ସଠିକ ବ୍ୟବହାର ଛତ୍ର ସମାଜର ସୁରକ୍ଷାରେ ସହାୟକ ବୋଲି ମତ ରଖିଥିଲେ । ବହୁ ସଂଖ୍ଯାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣକରି ସଚେତନତା ହୋଇଥିଲେ । ଡଃ ଜୟରାମ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ|
ରିପୋର୍ଟ -ରାମକୃଷ୍ଣ ରଥ, ତୀର୍ଥକ୍ଷେତ୍ର, ନୟାଗଡ