ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଏବଂ ଜାତୀୟ ସେବା ଯୋଜନାର ସୁପରିଚାଳନାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଉପସ୍ଥିତ ଥିଲେ। ରକ୍ତଦାନ ମହତ୍ ଦାନ ବିଷୟରେ ସମସ୍ତେ ଆଲୋକପାତ କରିଥିଲେ। ପରିବାର ସଦସ୍ୟ, ସଂପର୍କୀୟ, ମିତ୍ରଙ୍କ କୌଣସି ପ୍ରକାର ଶାରିରୀକ ଅସୁସ୍ଥତାର ଜରୁରୀକାଳିନ ପରିସ୍ଥିତିରେ ରକ୍ତଦାନ ପରି ମହତ୍ ଦାନ କରିବା ପାଇଁ ଅଧ୍ୟକ୍ଷ ଡ. ତ୍ରିପାଠୀ ଶିବିରରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ସଭାପତି ପ୍ରଫେସର ପ୍ରଧାନ ରକ୍ତଦାନର ସଚ଼େତନତା ପ୍ରଥମେ ବିଦ୍ୟାର୍ଥୀମାନଙ୍କ ଠାରୁ ଆରମ୍ଭ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ଠାରୁ ମୋଟ ୩୪ ୟୁନିଟ୍ ରକ୍ତ ସଂଗୃହିତ କରାଯାଇଥିଲା। ସମସ୍ତ ମେଡିକାଲ୍ ନିୟମ ମୁତାବକ ଭଂଜନଗର ଉପଖଣ୍ଡ ଡାକ୍ତରଖାନାର ମେଡିକାଲ୍ ଟିମ୍ ଏବଂ ଉକ୍ତ ଟିମ୍ ର ମୁଖ୍ୟ ସଂଗ୍ରାହକ ବିପିନ୍ କୁମାର ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ସମସ୍ତଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିରର ସମସ୍ତ କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଯୁବ ରେଡକ୍ରସ ଉପଦେଷ୍ଟା ରାଜେଶ କୁମାର ସାହୁ, ଅଜିତ୍ କୁମାର ମୁନୀ, ଜାତୀୟ ସେବା ଯୋଜନାର ଅଧିକାରୀ ପବିତ୍ର ଧଙ୍ଗଡାମାଝୀ, ଚ଼ନ୍ଦନ ମାରାଣ୍ଡି ଏବଂ ଅଧ୍ୟାପିକା ମଞ୍ଜୁ ଡ଼ାକୁଆ, ଯୁବ ରେଡକ୍ରସ ଓ ଏନ୍.ଏସ୍. ଏସ୍ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ, କର୍ମଚାରୀ ପ୍ରମୋଦ ସାହୁ, ସନ୍ତୋଷ ମହାରଣା, ଅନିଲ ମଲ୍ଲିକ, ସନ୍ତୋଷ ଲେଙ୍କା, ପ୍ରଶାନ୍ତ ମହାନ୍ତି, ଭିକାରି ଚରଣ ଗୌଡ, ଶଂକର ଗୌଡ, ଗଗନ ନାଇକ, ବସନ୍ତ ନାଇକ ସହଯୋଗ କରିଥିଲେ। ସ୍ବେଚ୍ଛାସେବୀ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପ୍ରୋତ୍ସାହନ କରାଯାଇଥିଲା।

ଆସିକାରୁ ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *