ବୋତଳମା ଗ୍ରାମ୍ୟବ୍ୟାଙ୍କର ପାସବହିଅପଡେଟ ମେସିନିଟି ଦୀର୍ଘ ୬ମାସହେବ ଅଚଳହୋଇ ପଡିଛି

ମିଶନଶକ୍ତି ମହିଳାଙ୍କୁ ସ୍କୁଟି ପ୍ରଦାନ ସରକାରଙ୍କ ମିଶନଶକ୍ତି ସ୍କୁଟର ଯୋଜନାରେ ଖୋର୍ଦ୍ଧାଜିଲା ବେଗୁନିଆବ୍ଲକରେ ଥିବା ଓଡିଶା ଗ୍ରାମ୍ୟବ୍ୟାଙ୍କ ବୋତଳମା ଶାଖାତରଫରୁ ସ୍ଥାନୀୟ ଅଂଚଳରେଥିବା ମିଶନଶକ୍ତିର ୧୪ଜଣ ପଦାଧିକାରୀ ମହିଳାଙ୍କୁ ସ୍କୁଟି ବିନାସୂଧରେ ଋଣ ମଂଜୁର ହୋଇଛି। ସେଥିମଧ୍ୟରୁ ୧୫ତାରିଖ ଦିନ ବ୍ୟାଙ୍କ ପରିସରରେ ଏହି ଯୋଜନାରେ ୫ଜଣ ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯାଇଛି। ଏଥିରେ ଶାଖା ପରିଚାଳକ ନିରଜଂନ ଦାସଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ବ୍ୟାଙ୍କରେ ଥିବା ପାସବହିଅପଡେଟ ମେସିନିଟି ଦୀର୍ଘ ୬ମାସହେବ ଅଚଳହୋଇ ପଡିଥିବାରୁ ଏଠାକୁ ଟଙ୍କା ଜମା ଓ ଉଠାଣ କରିବାକୁ ଆସୁଥିବା ଗ୍ରାହକମାନେ ବହୁତ ହଇରାଣ ହେଉଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତକରି ଅଚଳ ହୋଇପଡିଥିବା ମେସିନିଟିକୁ ତୁରନ୍ତ ମରାମତି କରିବାକୁ ଗ୍ରାହକମାନେ ଦାବି କରିଛନ୍ତି।
