ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ 3 ଦଫା ଦାବି କୁ ନେଇ ଗଣ ଧାରଣା

ବ୍ରହ୍ମପୁର, ଆସ୍କା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ 3 ଦଫା ଦାବି କୁ ନେଇ ଗଣ ଧାରଣା ଦେଇଛନ୍ତି।ଠିକା ନିଯୁକ୍ତି ଉଛେଦ କରିବା,କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା,କ୍ୟାଡ଼ର କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ କରିବା,ଏବଂ ପୁରୁଣା ପେନସନ ଲାଗୁ କରିବା ପ୍ରମୁଖ ଦାବି ଗୁଡ଼ିକ ରହିଛି।ଏହି ଦାବି ଗୁଡ଼ିକ କୁ ଆମେ ପୂର୍ବରୁ ଆନ୍ଦୋଳନ କରୁଥିଲୁ,ଚିଠି ମଧ୍ୟ ଦେଇଥିଲୁ ହେଲେ କିଛି ଲାଭ ହେଲା ନାହିଁ।ଯାହା ଫଳରେ ଏହା ଆମର ନାର୍ଜ୍ୟ ହୋଇଥିବାରୁ ରାଜ୍ୟ ସମସ୍ତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ସମସ୍ତ ବିଦ୍ୟାଳୟ ରେ ତାଲା ପକାଇ ଆମର ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆମେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ରେ ବୋଲି ମତ ପ୍ରକାଶ କରିଛନ୍ତି।ଏଥିରେ ଉପଦେଷ୍ଟା ଶ୍ରୀମତୀ ସବିତା ପଟ୍ଟନାୟକ,ଶ୍ରୀ ମୁରଲୀ ଧର ପଣ୍ଡା,ଶ୍ରୀ ଜୟରାମ ବେହେରା,ଶ୍ରୀ ହରିବନ୍ଧୁ ବିଷୋୟୀ,ଶ୍ରୀ ଶିବରାମ ବେହେରା,ସଭାପତି ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ,ଉପସଭାପତି ଶ୍ରୀମତୀ କବିତା ମହାରଣା,ଶ୍ରୀ ଅଶୋକ କୁମାର ମହାପାତ୍ର,ସମ୍ପାଦକ ଶ୍ରୀ ଅର୍ଜ୍ଜୁନ ନାହାକ,ସହ ସମ୍ପାଦକ ଶ୍ରୀମତୀ ମନୋରମା ପାତ୍ର,ଶ୍ରୀ ଗୌର ହରି ବେହେରା,ଶ୍ରୀ ଶିବ ଶଙ୍କର ସ୍ୱାଇଁ,କୋଷାଧ୍ୟକ୍ଷ ଶ୍ରୀ ଉମେଶ କୁମାର ନାୟକ,ବ୍ଲକ ସଂଯୋଜକ ଶ୍ରୀ ବ୍ରଜ ମୋହନ ପାତ୍ର,ଜିଲ୍ଲା ସଦସ୍ୟ ସ୍ରୀ ସନ୍ତୋଷ କୁମାର ସେଠୀ,ଶ୍ରୀ ଅବନୀ ପଟ୍ଟନାୟକ,ଶ୍ରୀ simanchala sahu ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣା ଦେଇଛନ୍ତି।

Leave a Reply

Your email address will not be published. Required fields are marked *