ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ରେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଆଜି ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।ଏଥିପାଇଁ ପୂର୍ବ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।ଏଥିପାଇଁ ଜିଲ୍ଲା ନିର୍ବାଚନ ପରିଚାଳନା ବା ଡିଷ୍ଟ୍ରିକ୍ଟ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ କରିବା ଜରୁରୀ।ଏଥିରେ ଜିଲ୍ଲା ପ୍ରୋଫାଇଲ,ମ୍ୟାପ,ସଠିକ ଭୋଟର ତାଲିକା,ବି ଏଲ ଓ ନିଯୁକ୍ତି,ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିବହନ ପାଇଁ ଗାଡି ବ୍ୟବସ୍ଥା,ମତଦାନ କେନ୍ଦ୍ର ର ସ୍ଥିତି ଓ ଅବସ୍ଥିତି, ମତଦାତାଙ୍କ ପାଇଁ ସୁବିଧା ବ୍ୟବସ୍ଥା, ମତଦାନ କେନ୍ଦ୍ର ରେ ରାମ୍ପ ବ୍ୟବସ୍ଥା, ଇଭିଏମ୍ ରଖିବା ବ୍ୟବସ୍ଥା, ପୁଲିଂ ପାର୍ଟି କୁ ତାଲିମ ବ୍ୟବସ୍ଥା ,ମିଡିଆ ମ୍ୟାନେଜମେଣ୍ଟ ପ୍ଲାନ ଇତ୍ୟାଦି କୁ ପ୍ରସ୍ତୁତ କରିବାକୁ ଶ୍ରୀ ସାହୁ ବିଶଦ ଆଲୋଚନା କରିଥିଲେ।ଉପଜିଲ୍ଲାପାଳ ଭବତାରଣ ସାହୁ ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି,ନୂତନ ଭୋଟର ମାନଙ୍କୁ ସାମିଲ, ବି ଏଲ ଓ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ନିର୍ବାଚନ ରେ ଦାୟିତ୍ୱ ସମୟରେ ସେମାନଙ୍କ ଅବସର ସମୟକୁ ଅନୁଧ୍ୟାନ କରିବା ସହ ଭୋଟର ତାଲିକା ରେ ଯୋଗ ପାଇଁ ଭୋଟର ହେଲ୍ପ ଲାଇନ ଆପ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ।ବିସ୍ତୃତ ସୂଚନା ଦେଇ ପୁରୀ ପୌର ନିର୍ବାହୀ ଅଧିକାରୀ ତଥା ରାଜ୍ୟ ନିର୍ବାଚନ ମାଷ୍ଟର ଟ୍ରେନର ସରୋଜ କୁମାର ସ୍ୱାଇଁ ଭୋଟର ତାଲିକା ପ୍ରସ୍ତୁତି,ମତଦାନ କେନ୍ଦ୍ରର ବ୍ୟବସ୍ଥା, ମତଦାତାଙ୍କୁ ସୁବିଧା ପ୍ରଦାନ, ଏ ଇ ଆର ଓ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ସେକ୍ଟର ଅଫିସର, ବି ଏଲ ଓ ମାନଙ୍କ ଦାୟିତ୍ୱ ଇତ୍ୟାଦି ସମ୍ପର୍କରେ ମତ ଦେଇଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ଵାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ରାମଚନ୍ଦ୍ର ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ ଜିଲ୍ଲାର ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ତହସିଲଦାର, ବିଡ଼ିଓ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ବର୍ତ୍ତମାନ ମୋଟ ଭୋଟର ଙ୍କ ସଂଖ୍ୟା ୧୩୫୯୪୫୯ ଥିବା ବେଳେ ଏଥିରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୭୦୩୧୫୩,ମହିଳା ଭୋଟର ଙ୍କ ସଂଖ୍ୟା ୬୫୬୨୨୮ ଓ ଅନ୍ୟାନ୍ୟ ୭୮ ଜଣ ଭୋଟର ରହିଛନ୍ତି।

Leave a Reply

Your email address will not be published. Required fields are marked *