ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

ଡେଲାଙ୍ଗ : ପୁରୀଜିଲ୍ଲା ପ୍ରଶାସନ (ମଙ୍ଗଳ )ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅଭିଭାବକ ବୈଠକ ସହିତ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ, ଶନିବାର ଡେଲାଙ୍ଗ ବ୍ଲକସ୍ଥିତ ଗୁଆଳିପଡ଼ା ସେବାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ସେବାଶ୍ରମ ରେ ଅଭିଭାବକ ସହଭାଗିତାରେ ଶିଶୁଙ୍କ ବିକାଶ ଓ ଯତ୍ନ ଉପଲକ୍ଷେ ଆୟୋଜିତ ଉତ୍ସବ ରେ ମୁଖ୍ୟଅତିଥି ରୂପେ ହିମାଂଶୁ ଭୂଷଣ ସମାର୍ଥ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଜାତା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଜୟଶ୍ରୀ ଶ୍ରୀଚନ୍ଦନ, ମଣ୍ଡଳଶିକ୍ଷାଧିକାରୀ ବିନୋଦ କୁମାର ପରମାଣିକ,ବିପିସି ନନ୍ଦିତା ସ୍ୱାଇଁ, ରାଷ୍ଟ୍ରୀୟ ବାଲ ବିକାଶ ପରିଚାଳକ ପ୍ରଶାନ୍ତ କୁମାର ପରିଜା,ଉମାକାନ୍ତ ମହାପାତ୍ର,ସୁଜାତା ଭୁଜୁବଳ,ବସନ୍ତ କୁମାର ପଳେଇ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ସମ୍ପର୍କ ରେ ସଚେତନ କରିଥିଲେ! ଏଥିସହିତ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି,ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ,ଶିକ୍ଷକ ମାନଙ୍କ ଶିକ୍ଷାଦାନ ପ୍ରତିଧ୍ୟାନ ଦେବା,ପିଲାମାନଙ୍କ ଯତ୍ନ ଓ ବିକାଶ,ଅଭିଭାବକ ମାନଙ୍କ ସହଯୋଗ ଆଦି ବିଷୟରେ ଆଲୋଚନା ହୋଇଥିଲା ! ଏହି ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ ଗୋଲଖ ବିହାରୀ ବରାଳ ସଭାପତିତ୍ୱ କରିଥିଲେ !ଶିକ୍ଷାବିତ ଶ୍ରୀଧର ପ୍ରଧାନ ଅତିଥିପରିଚୟ ପ୍ରଦାନ ଓ ସଂଯୋଜନା କରିଥିବା ବେଳେ ଶିକ୍ଷକ ଛାଟୋଇ ମୋତିଲାଲ ମଞ୍ଚ ପରିଚାଳନା କରିଥିଲେ ! ସେବାଶ୍ରମ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର କଅଁର ବାର୍ଷିକ ବିବରଣୀ ପାଠ କରିଥିଲେ ! ଶେଷରେ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ !ଛାତ୍ର ଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ! ମିଶନ ଶକ୍ତି ର ମା ଚଣ୍ଡୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଷ୍ଟଲ ଖୋଲାଯାଇଥିଲା! ଝୋଟି ପ୍ରତିଯୋଗିତା, ପେପର କରାପ୍ଟ, ସ୍ୱାସ୍ଥ୍ୟ ର ଯତ୍ନ ଉପରେ ପ୍ରଦର୍ଶନ ହୋଇଥିଲା! ମମତା ପ୍ରଧାନ,ଶୁଭସ୍ମିତା ମହାପାତ୍ର,ବସନ୍ତ କୁମାରୀ ଛାଟୋଇ, ମିନା ପ୍ରଧାନ, ଶୁଭଲଷ୍ମୀ ସ୍ୱାଇଁ ପ୍ରତିମା ଦାଶ, ସେବାଶ୍ରମ ର କର୍ମକର୍ତ୍ତା, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ!
