ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ରେ ବିଜେପି ପକ୍ଷରୁ ବ୍ରହ୍ମେଶ୍ୱର ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୩ ତମ ଜନ୍ମ ଦିବସ ରେ ନିମାପଡା ନିର୍ବାଚନ ମଣ୍ଡଳୀ ର ନାରୀ ନେତ୍ରୀ ଓ ଯୁବ ନେତା ଦିଲିପ ନାୟକ ଙ୍କ ନେତୃତ୍ୱରେ ଚାରିଛକ ମଣ୍ଡଳ ରେ ବ୍ରହ୍ମେଶ୍ୱର ମହାଦେବ ମନ୍ଦିର ରେ ଦୀପ ଜାଳି ପ୍ରଧାନମନ୍ତ୍ରୀ ଙ୍କ ଜୀବନ ଦୀର୍ଘାୟୁ କାମନା କରିଥିଲେ । ପରେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟରତ ଡକ୍ଟର ଯୋଗମାୟା ଜସ୍ମୀନି ଉପସ୍ଥିତ ରହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବେଳେ ପୂର୍ବତନ ଜିଲାପରିସଦ ପୁର୍ଣଚନ୍ଦ୍ର ଓଝା , ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ମନୋଜ ନାୟକ ,କୈଳାସ କର,ଦୁର୍ଯ୍ୟୋଧନ ମହାନ୍ତି , ଚକ୍ରଧର ସାହା ,ଅଜୟ ପରିଡା ,ଭାଗିରଥି ମଲ୍ଲିକ ,ଅଭୟ ନାୟକ ସହିତ ଶତାଧିକ କାର୍ୟ୍ଯକର୍ତା ଉପସ୍ଥିତ ରହି କାର୍ୟ୍ଯରେ ସାହାଯ୍ୟ ସହଯୋଗ କରିଥିଲେ ।
ନିମାପଡ଼ା ରୁ ଶିଶିର କୁମାର ସ୍ୱାଇଁ ଙ୍କ ରିପୋର୍ଟ