ରାଜ୍ୟ ସରକାରଙ୍କ ପରିବହନ ଶ୍ରମିକମାନଙ୍କ ପ୍ରତି ବିରୋଧୀ ନୀତି।

ଭୁବନେଶ୍ୱର:୨୧/୭:- ଆମ ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରାୟ ୧୫ ହଜାର ଘରୋଇ ବସ ଲକ୍ଷାଧିକ ବସ ଯାତ୍ରୀ ମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ନେଇଥାନ୍ତି। ସରକାରୀ ବସ ତୁଳନାରେ ଘରୋଇ ବସର ସଂଖ୍ୟା ବହୁତ ଅଧିକ। ଗତ ମାର୍ଚ୍ଚ ମାସରୁ ଯାତାୟତ ବନ୍ଦ କରାଗଲା। ହଠାତ ବସ ଚଳାଚଳ ବନ୍ଦ କରିଦେବା ଫଳରେ , ପ୍ରାୟ ଏକ ଲକ୍ଷ ପରିବହନ ଶ୍ରମିକ ନିଜର ରୋଜଗାର ପନ୍ଥା ହରାଇଲେ। ସେମାନଙ୍କ ପରିବାର ବହୁ ଅସୁବିଧାର ଭୋକ ଉପାସର ସମ୍ମୁଖୀନ ହେଲେ। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆବେଦନ ପତ୍ର ପଠାଇବା ସହିତ,ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସତ୍ବେ ମଧ୍ଯ ରାଜ୍ୟ ସରକାର ପରିବହନ ଶ୍ରମିକ ମାନଙ୍କୁ କୌଣସି ପ୍ରକାର ସହାୟତା କଲେ ନାହିଁ। ଓଡ଼ିଶା ସରକାର ଶିଳ୍ପପତି ମାନଙ୍କୁ ଓ ବସ ମାଲିକମାନଙ୍କୁ ସାହାଯ୍ୟ ଯୋଗାଇ ଦେଉଥିଲେହେଁ ହଜାର ହଜାର ପରିବହନ ଶ୍ରମିକମାନଙ୍କ ଦୁଃଖ ସରକାର ଶୁଣିଲେ ନାହିଁ ଏ ସରକାର ଶ୍ରମିକ ମାନଙ୍କ ପ୍ରତି ନିର୍ଦୟ କଠୋର ମନୋଭାବ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *