ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଗାଡ଼ି ସ୍ବାସ୍ଥ୍ୟ ସେବା ପାଇଁ ପ୍ରଦାନ

ଆଜି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରାୟଗଡ଼ା ବିଧାୟକ ପାଣ୍ଠି ୨୦୨୨-୨୩ ପକ୍ଷରୁ ୨୫ ଲକ୍ଷ ୫୦ ହାଜର ଟଙ୍କା ଜିଲ୍ଲାର ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଭ୍ରାମ୍ୟମାନ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଆଜି ଜେମାଦେଇପେଣ୍ଠ ଓ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୨ ଗୋଟି ଏମଏଚୟୁ ଗାଡ଼ି ପ୍ରଦାନ କରାଯାଇଛି । ଏହି ଶୁଭାରମ୍ୱ କାର୍ଯ୍ୟକ୍ରମରେ ମାନ୍ୟବର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ରାୟଗଡା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, କାଶିପୁର ବ୍ଲକ ଅଧ୍ୟକ୍ଷ କଣ୍ଟେଶ୍ୱର ମାଝି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଲାଲମୋହନ ରାଉତରାଏ ଏବଂ ଅନ୍ୟାନ୍ୟ ବରିଷ୍ଟ ଅଧିକାରୀ ଉପସ୍ଥିତ ରହିଥିଲେ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍

Leave a Reply

Your email address will not be published. Required fields are marked *