ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅତି ନିମ୍ନମାନର କାମ କରି କୋଟି କୋଟି ଟଙ୍କା ଲୁଟୁଛନ୍ତି ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ।

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ରେବିଙ୍ଗିଆ ପଂଚାୟତ ର ଦୁଲୁକିଆ ଠାରୁ ମାର୍ଦୁଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଯୋଜନା ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା। ଯାହାର ଅଟକଳ ମୂଲ୍ୟ ୧୮୬.୫୦ ଟଙ୍କା ରହିଛି । କାର୍ଯ୍ୟ ଆରମ୍ଭ ତା ୩୦/୧୧/୨୨ ହୋଇଥିବା ବେଳେ କାର୍ଯ୍ୟ ର ଶେଷ ତା ୨୦/୫/୨୩ହୋଇଛି। କିନ୍ତୁ ଅତିରିକ୍ତ କାର୍ଯ୍ୟ ତା ୨୯/୮/୨୩ ରେ ଫଳକରେ ଇଲେଖ କରାଯାଇଛି । ସ୍ଥାନୀୟ ଜନସାଧାରଣ ଙ୍କ କହିବା ଅନୁସାରେ ଦୀର୍ଘ ସାତ ମାସ ହେବ ଠିକା ସଂସ୍ଥା ମାଟିକାମ ଠାରୁ ଆରମ୍ଭ କରି ମେଟାଲିଙ୍ଗୀ ପିଚୁ କଙ୍କ୍ରେରେଟ ଏବଂ କଲଭେଟ ପୋଲ ମଧ୍ୟ ନିର୍ମାଣ କରାଯାଇଥିଲା। କିନ୍ତୁ ଅତି ନିମ୍ନମାମନର । ମାସ କେତଟା ନପୁରୁଣୁ ଗୋଟିଏ ବର୍ଷାରେ ସବୁ ଧୋଇଗଲା ।ଯାହାରି ଫଳରେ ଜନସାଧାରଣ ଙ୍କ ଜାତାୟତରେ ବାଧାପ୍ରାପ୍ତ ହେଉଛନ୍ତି ଗ୍ରାମବାସୀ । ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର ଏବଂ ତାଙ୍କ କର୍ମଚାରୀ ମାନେ ସୁଣିନଥିଲେ । ତୁ ଯେତେ ମାଠୁଛୁ ମାଠେ ମୁଁ ସେ ଦର ବୁଢା କାଠେ ଇଭଳି ମନମୁଖୀ କାମ ଚଳାଇଥିଲେ ଠିକାଦାର ଏଠି ଗୋଟିଏ ପ୍ରଶ୍ନ ଉଠୁଛି ? । କାହା ସାହାସରେ ଚାଲିଛି ଏଭଳି କାମ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରିଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଚାଲିନିତ ? ଏହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *