ବାମେବାରୀ ପଳାଶପଙ୍ଗା ରାସ୍ତା ଉନ୍ନତିକରଣ ପାଇଁ ଦାବି

କେନ୍ଦୁଝର ଜିଲ୍ଲାର ବାମେବାରୀ ପଳାଶପଙ୍ଗା ରାସ୍ତା ଦୀର୍ଘ ଦିନ ଧରି ଖାଲଖମାରେ ପରିଣତ ହୋଇ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି ।ଏହାର ମରାମତି ଓ ଉନ୍ନତିକରଣ ନିମନ୍ତେ ଯୋଡା ଟ୍ରକ ଓନର୍ସ ଆସୋସିଏସନ୍ ପକ୍ଷରୁ ସୋମବାର ମାନନୀୟା ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କୁ ଚିଠି ଲେଖି ନିଜର ଦାବୀ ଉପସ୍ଥାପନା କରିଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ଯ ଯୋଡା , ବାମେବାରୀ ଓ କାଳିମାଟି ଦେଇ ପଳାଶପଙ୍ଗା ପର୍ଯ୍ୟନ୍ତ ଅତିକ୍ରମ କରିଥିବା ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ ନଂ୨ ରାସ୍ତାରେ ଦୈନିକ ହଜାର ହଜାର ଟ୍ରକ ଖଣିଜ ପରିବହନ କରିଥାନ୍ତି । ଦୀର୍ଘ ଦିନ ଧରି ରକ୍ଷଣାବେକ୍ଷଣ ତଥା ମରାମତି ଅଭାବରୁ ସମ୍ପୂର୍ଣ୍ଣ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ ଖୁବ୍ ଶୋଚନୀୟ ହୋଇପଡିଛି । ଏପରି ସ୍ଥିତିରେ ଅଧିକାଂଶ ପରିବହନ ଯୋଡା ଭାୟା କଳାପାହାଡ଼ ଦେଇ ୫୨୦ନଂ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ଯୋଡା ସହର ଦେଇ ଏକ ଫ୍ଲାଏ ଓଭର ରୋଡ ନିର୍ମାଣାଧୀନ ରହିଛି । ଫ୍ଲାଏ ଓଭର ବ୍ରିଜ ନିର୍ମାଣ କତ୍ତୃପକ୍ଷ ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ କରିବା ସକାଶେ ଏହି ରାସ୍ତା ଦେଇ ସମସ୍ତ ପରିବହନ ବନ୍ଦ କରାଯିବର ସୂଚନା ଦେଇଛନ୍ତି । ଫଳରେ ପଳାଶପଙ୍ଗା ବାମେବାରୀ ରାସ୍ତା ପରିବହନ କାର୍ଯ୍ୟ ସ୍ବଭାବିକ ନେଇ ସନ୍ଦେହ ଉପୁଜିଛି । ଯଦି ଏହି ରାସ୍ତା ଉନ୍ନତି କରଣ ନହୁଏ ତେବେ ଏଅଞ୍ଚଳର ଥିବ ସମସ୍ତ ଟ୍ରକ ଛିଡା ହୋଇଯିବା ସହିତ ମାଲିକ ମାନେ ବେକାର ହେବା ସହିତ ଆର୍ଥନୀତିକ ଦୂରାବସ୍ଥା ଦେଖା ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ସମସ୍ତ ଟ୍ରକ ମାଲିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଥାଶିଘ୍ର ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ ନଂ ୨ ର ମରାମତି ତଥା ଉନ୍ନତିକରଣ ପାଇଁ ମାଲିକ ମାନଙ୍କ ପକ୍ଷରୁ ଦାବୀ କରିଥିବା ଜଣାପଡିଛି । ଯୋଡ଼ା ଟ୍ରକ ଓନର୍ସ ଆସୋସିଏସନ୍ ସଭାପତି ମାତା ପ୍ରସାଦ ଜୟସ୍ୱାଲ,ସମ୍ପାଦକ ସୁଶାନ୍ତ କୁମାର ବାରିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *