୧୨ ବର୍ଷ ପୂର୍ତ୍ତି ରେ ଓମ୍ କ୍ଲବ, ଚନ୍ଦମା ର ମଣ୍ଡପରେ ବିରାଜିଲେ ବିଘ୍ନରାଜ

ଚଳିତ ବର୍ଷ ଗଣେଶ ପୂଜା ଅବସରରେ ଯାଜପୁର ରୋଡ ରେ ଅନେକ ଗୁଡ଼ିଏ ଛୋଟ ବଡ଼ ମଣ୍ଡପରେ ବିରାଜମାନ କରିଛନ୍ତି ବିଘ୍ନରାଜ ଗଣପତି l ସବୁଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଏବଂ ଲୋକକଳା ପ୍ରଦର୍ଶନ ଚାଳିଛି l ଶ୍ରଦ୍ଧାଳୁ ମାନଙ୍କର ପୂଜା ଅର୍ଚ୍ଚନା ଲାଗି ରହିଛି l ଦର୍ଶକ ମାନଙ୍କୁ ଆକର୍ଷିତ କରୁଛି ସୁନ୍ଦର୍ ସୁନ୍ଦର୍ ମେଢ଼ l ନାମୀଦାମୀ କଣ୍ଠଶିଳ୍ପୀ ଙ୍କ ସଙ୍ଗୀତ ଭଜନ ସନ୍ଧ୍ୟା ଓ ମେଲୋଡିରେ ବେଶ୍ ଜମିବାରେ ଲାଗିଛି l ବିଧୂ ଓ ପରମ୍ପରା ଅନୁସାରେ ଚାନ୍ଦମା ଗ୍ରାମରେ ସିଦ୍ଧି ବିନାୟକଙ୍କ ପୂଜା ମହା ଆଡମ୍ବରରେ ଓମ୍ କ୍ଲବ ଅନୁଷ୍ଠିତ କରୁଅଛି l
ଜ୍ୟୋତି ପ୍ରକାଶ ଭୂୟାଁ ରିପୋର୍ଟର