କୋଣାର୍କ ଅଞ୍ଚଳରେ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳିତ

କୋଣାର୍କ ଅଞ୍ଚଳରେ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳିତକାକଟପୁର,୧୯.୦୯- ଗଣେଶ ଚତୁର୍ଥୀ ଅବସରରେ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳ ପୁରପଲ୍ଲୀରେ ବିଘ୍ନ ବିନାଶନ ମହାପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ବ୍ୟବସାୟୀ ସଂଘ ଓ ୟୁଥ୍ କ୍ଲବ ପୂଜା ମଣ୍ଡପ ଗୁଡ଼ିକୁ ସୁଉଚ୍ଚ ତୋରଣ ଆକର୍ଷଣ ଆଲୋକ ମାଳା ଓ ମନଲୋଭା ମୂର୍ତ୍ତି ମାନ ପ୍ରତିଷ୍ଠା କରାଯାଇ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଉଛି। କୋଣାର୍କ ବଜାର କମିଟି, ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ, କାଳୀ ମନ୍ଦିର ଗଳି ହସ୍ତଶିଳ୍ପ ବ୍ୟବସାୟୀ ସଂଘ, ବିଭିନ୍ନ ସ୍କୁଲ୍ ଯଥା ବିବେକାନନ୍ଦ, ଭେଙ୍କଟେଶ୍ୱର୍, ଶିଶୁ ମନ୍ଦିର, ବାଲିଦୋକାନ ବଟେଶ୍ୱର୍ ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ମନ୍ଦିର, ବିଭିନ୍ନ କୋଚିଙ୍ଗ ସେଣ୍ଟର ଓ ପ୍ରତି ଗାଁରେ ଥିବା ୟୁଥ୍ କ୍ଲବ ପକ୍ଷରୁ ପ୍ରଭୂ ଶ୍ରୀ ଗଣେଶଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଜମରା ଦୂଲାଦେଇ ୟୁଥ୍ କ୍ଲବ୍, ଖନ୍ଦଳ ଜେବିଏସ କ୍ଲବ, ରାଉଳପଟନା ବାନର ସେନା କ୍ଲବ ସମେତ ଅନେକ କ୍ଲବରେ ପୂଜା ଆରଂଭ ହୋଇଛି। ଦୀର୍ଘ ୫ରୁ ୭ ଦିନ ପର୍ଯ୍ୟନ୍ତ ବିଘ୍ନ ବିନାଶକ ବିଭିନ୍ନ ମଣ୍ଡପରେ ଶୋଭା ପାଇବେ ବୋଲି ଜଣାପଡିଛି। ଏହି ଅବସରରେ ଥାନା ଛକ କୋଣାର୍କ ବଜାର କମିଟି ପକ୍ଷରୁ ୭ଦିନ ଧରି ସଂଧ୍ୟାରେ ବାଦି ପାଲା ଆରଂଭ ହୋଇଛି, ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ୫ଦିନ ପାଇଁ ଦୈନିକ ଭଜନ, କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *