ବିଶ୍ଵକର୍ମା ପୂଜା ଅବସରରେ ଶ୍ରାବଣୀ କନ୍ୟା କବିତା ପାଠ

ବିଶ୍ଵକର୍ମା ପୂଜା ଅବସରରେ ଶ୍ରାବଣୀ କନ୍ୟା କବିତା ପାଠକୋଣାର୍କ,୧୯.୦୯- ପବିତ୍ର ବିଶ୍ୱକର୍ମା ଓ ଶ୍ରୀ ଗଣେଶ ପୂଜା ପାଳନ ଅବସରରେ କୋଣାର୍କ ନିକଟସ୍ତ ବାଲିଦୋକାନ ମୋଟର ସଙ୍ଘ ଓ ସତ୍ୟ ନାରାୟଣ ସାହିତ୍ୟ ସଂସଦ ପକ୍ଷରୁ ଶ୍ରାବଣୀ କନ୍ୟା ଶୀର୍ଷକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପସିଦ୍ଧ ବ୍ୟଙ୍ଗକବି ସମ୍ପଦ ରଥ, ସତ୍ୟ ନାରାୟଣ ସାହିତ୍ୟ ସଂସଦ ସମ୍ପାଦକ ମଙ୍ଗରାଜ ବିଶ୍ବାଳ, ଆଦର୍ଶ ଶିକ୍ଷକ ପ୍ରବୀଣ କୁମାର ସୁବୁଦ୍ଧି, ଶିକ୍ଷକ ତଥା କବି ହୃଦାନନ୍ଦ ସାସମଲ, କବି ଅମରେଶ୍ୱର କାଣ୍ଡି, ସଞ୍ଜୟ ପାଢ଼ୀ, ଯୁବକବି ଓ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ବର୍ଷା, ଶରତ ସହ ସାମାଜିକ ଶୀର୍ଷକ ଉପରେ କବିତା ପାଠ କରିଥିଲେ। ବ୍ୟଙ୍ଗକବି ସମ୍ପଦ ରଥଙ୍କ ବ୍ୟଙ୍ଗାତ୍ମକ କବିତା ଉପସ୍ଥିତ ଦର୍ଶକ ମାନଙ୍କୁ ବେଶ୍ ହାସ୍ୟ ପରିବେଶ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମକୁ ବାଲିଦୋକାନ ମୋଟର ସଙ୍ଘ ପକ୍ଷରୁ ସାନନ୍ଦ ବିଶ୍ଵାଳ, ଦୁଃଶାସନ ବିଶ୍ଵାଳ, ଅଭୟ ବିଶ୍ବାଳ, ରଶ୍ମି ରଞ୍ଜନ ବିଶ୍ଵାଳ, ଜଗା ବିଶ୍ଵାଳ, ଟୁକୁ ସାସମଲ, ଟୁଲୁ ମହାନ୍ତି ସମସ୍ତ କର୍ମକର୍ତା ମାନେ ପରିଚାଳନା କରିଥିଲେ।